ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ଢାକାରୁ ନେପାଳ ରାଜଧାନୀ କାଠମାଣ୍ଡୁ ଆସୁଥିବା ବିମାନ ତ୍ରିଭୁବନ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆକାଶ ଧୂଆଁମୟ ହୋଇ ଯାଇଥିଲା। ବିମାନକୁ କାଟି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ଏହି ଦୁର୍ଘଟଣାରେ ୫୦ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ବିମାନଟି ଅବତରଣ କରିବା ବେଳେ ଭୂଇଁରେ ବାଡ଼େଇ ହୋଇଯାଇଥିଲା। ଏହାପରେ ବିମାନରେ ନିଆଁ ଲାଗି ଯାଇଥିଲା।

ବାଂଲାଦେଶ ଢାକାରୁ ଏସ୍‌୨ଏଜିୟୁ ବିମାନ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା। କାଠମାଣ୍ଡୁର ତ୍ରିଭୂବନ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନଟି ବାଂଲାଦେଶୀ ଏୟାରଲାଇନ୍ସର।

Comment