ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ସରକାରଙ୍କ ଦ୍ଵାରା ପରିଚାଳିତ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଫଡ଼ିଏ) ଲାରୋଟ୍ରେକ୍ଟିନିବ୍ ନାମକ ଏକ କ୍ୟାନସର ଔଷଧ ବିକଶିତ କରିଛନ୍ତି। ଏହି ଔଷଧ ଶିଶୁଙ୍କ ପାଇଁ ବେଶ୍‌ ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି ଏଫଡିଏ ପକ୍ଷରୁ କୁହାଯାଇଛି

ବୈଜ୍ଞାନିକମାନେ ଏଭଳି ଏକ ନୂତନ ଔଷଧ ବିକଶିତ କରିଛନ୍ତି, ଯାହା ଶିଶୁଙ୍କ କ୍ୟାନସର ରୋଗ ଉପରେ ସୁରକ୍ଷିତ ପ୍ରଭାବ ପକାଇପାରିବ।

କ୍ୟାନସରର ଅଧିକାଂଶ ଔଷଧ ଶରୀରର ବିଭିନ୍ନ ଅଙ୍ଗରେ ପ୍ରଭାବ ପକାଇଥାଏ। ଏହାକୁ ଲକ୍ଷରେ ରଖି ବୈଜ୍ଞାନିକମାନେ ପିଲାଙ୍କଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କ୍ୟାନସର ରୋଗର ଅନୁଧ୍ୟାନ କରିବା ପରେ ଯାଇ ଏହି ଔଷଧ ତିଆରି କରିଛନ୍ତି।

ଆମେରିକା ସରକାରଙ୍କ ଦ୍ଵାରା ପରିଚାଳିତ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଫଡ଼ିଏ) ଲାରୋଟ୍ରେକ୍ଟିନିବ୍ ନାମକ ଏକ କ୍ୟାନସର ଔଷଧ ବିକଶିତ କରିଛନ୍ତି। ଏହି ଔଷଧ ଶିଶୁଙ୍କ ପାଇଁ ବେଶ୍‌ ସୁରକ୍ଷିତ ଓ ପ୍ରଭାବଶାଳୀ।

“ଏହି ଔଷଧ କ୍ୟାନସର ସୃଷ୍ଟିକାରୀ କୋଷିକା ଉପରେ ପ୍ରଭାବ ପକାଇବା ସହ ଜୀବାଣୁ ବ୍ୟାପିବାରେ ରୋକ ଲଗାଇପାରିବାର କ୍ଷମତା ରଖିଛି”, କହିଛନ୍ତି ଆମେରିକାର ଟେକ୍ସାସ୍ ବିଶ୍ଵବିଦ୍ୟାଳୟର ସହାୟକ ପ୍ରଫେସର୍ ଟେଡ ଲାଟାସ।

Comment