ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ବାବା ନିରଞ୍ଜନ: ନେତା-କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ୧୯ ତାରିଖରେ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ ତାଙ୍କ ନୂଆ ଟିମ୍‌ ସହ ଭୁବନେଶ୍ୱର ଫେରିଥିଲେ। ରୋଡ ସୋ’ କରି ନିରଞ୍ଜନ କଂଗ୍ରେସ ଭବନରେ ପହଞ୍ଚିଥିଲେ। ନିରଞ୍ଜନ ଏବଂ ତାଙ୍କ ନୂଆ ଟିମ୍‌କୁ କଂଗ୍ରେସ ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରେ ନିରଞ୍ଜନ କର୍ମୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁରୁମନ୍ତ୍ର ଦେଇଛନ୍ତି। ଅସଜଡ଼ା କଂଗ୍ରେସ ଘରକୁ ସଜାଡ଼ି ୨୦୧୯ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି।

ଆଇଏଏସ୍ ସ୍ତରରେ ଅଦଳ ବଦଳ: ବଦଳିଲେ ଚାରି ଜିଲ୍ଲାର ଜିଲ୍ଲାପାଳ

ଆଇଏଏସ୍‌ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଦଳ ବଦଳ କରାଯାଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗିର ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଜାଣନ୍ତୁ କ’ଣ କହୁଛନ୍ତି ଓଡ଼ିଶାର ସିଭିଲ ସୋସାଇଟି

୧୨ ବର୍ଷ ବୟସରୁ କମ୍‌ ବୟସ୍କ ବାଳିକାଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ଏହି ଜଘନ୍ୟ ଅପରାଧ ପାଇଁ ଦୋଷୀକୁ ମୃତ୍ୟୁଦଣ୍ଡ ମିଳିବ। ତେଣୁ ଶିଶୁକନ୍ୟା ଯୌନ ନିର୍ଯାତନା ବିରୋଧରେ ଆଗରୁ ଥିବା ପୋକ୍ସୋ (ପ୍ରୋଟେକସନ୍ ଅଫ୍ ଚିଲଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍ ଅଫେନସ୍‌) ଆଇନରେ ଅଣାଯିବ ଆବଶ୍ୟକ ସଂଶୋଧନ। ଏନେଇ ଶନିବାରଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ଏହାକୁ ଓଡ଼ିଶାର ବୁଦ୍ଧିଜୀବୀ, ସମାଜସେବୀ ଏବଂ ଆଡ୍‌ଭୋକେଟ ସ୍ବାଗତ କରିବା ସହ ଆଇନ୍‌କୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଛନ୍ତି।

ଭୁବନେଶ୍ୱରରେ ପହଞ୍ଚିଲେ ନିରଞ୍ଜନ: ଏୟାରପୋର୍ଟରୁ କଂଗ୍ରେସଭବନ ବିଶାଳ ରାଲି

ଭୁବନେଶ୍ୱରରେ ପହଞ୍ଚିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ ଆଜି ତାଙ୍କ ଟିମ୍‌ ସହ ଦିଲ୍ଲୀରୁ ଫେରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନସ୍ଥିତ କଂଗ୍ରେସଭବନକୁ ପାଛୋଟି ଆଣିଥିଲେ। ଏହି ବିଶାଳ ରାଲି ମାଧ୍ୟମରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଛି। ଦିର୍ଘଦିନ ପରେ ଏଭଳି ରାଲି ଆୟୋଜନ କରି କଂଗ୍ରେସ ଜୋସ୍‌କୁ ଆସିଛି।

ଏଟିଏମ୍‌ ଅଚଳ: ବ୍ୟାଙ୍କ ସମ୍ମୁଖରେ ବିଜେଡିର ଧାରଣା

ଏଟିଏମ୍‌ରୁ ବାହାରୁ ନାହିଁ ଟଙ୍କା। ଏହାର ପ୍ରତିବାଦରେ ଶନିବାର ବିଜେଡି ବ୍ୟାଙ୍କ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଦେଇଛି। ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମେତ ବ୍ଲକ ସ୍ତରରେ ଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି।

ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ଦିଆଯିବ ଫାଶୀ

କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ଘଟଣା ପରେ ସରକାର ଆଇନରେ ପରବର୍ତ୍ତନ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ୧୨ ବର୍ଷ ବୟସରୁ କମ୍‌ ବୟସ୍କ ବାଳିକାମାନଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଲାଗି ଅଧ୍ୟାଦେଶ ଜାରି କରାଯିବ ବୋଲି ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଏ ନେଇ ପ୍ରଚଳିତ ପୋକ୍ସୋ ଅଇନରେ ସଂଶୋଧନ ଲାଗି ପାର୍ଲାମେଣ୍ଟରେ ବିଲ୍ ଅଣାଯିବ।

ତେଲ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଙ୍ଗାମା କଲେ କଂଗ୍ରେସ ସଦସ୍ୟ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ଦର ୭୨ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୦ ଟଙ୍କା ଟପିଛି। ଏହାର ପ୍ରତିବାଦ କରି ଶନିବାରଦିନ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ କଂଗ୍ରେସ।

ବିଜେପି ଛାଡ଼ିଲେ ଯଶୱନ୍ତ ସିହ୍ନା

ବିଜେପି ଛାଡ଼ିଛନ୍ତି ବରିଷ୍ଠ ବିଜେପି ନେତା ଯଶୱନ୍ତ ସିହ୍ନା। ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ୟାସ ନେଇଛନ୍ତି ସିହ୍ନା। ଗତକିଛିଦିନ ଧରି ସିହ୍ନା ଲଗାତର ଭାବେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ଜାନୁୟାରୀ ୩୦ରେ ସେ ରାଷ୍ଟ୍ରମଞ୍ଚ ନାମରେ ଏକ ସଂଗଠନ ଗଢ଼ିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଯଶୱନ୍ତ ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏବେ ମୋଦି ସରକାରଙ୍କ କ୍ୟାବିନେଟରେ ଯଶୱନ୍ତଙ୍କ ପୁଅ ମଧ୍ୟ ମନ୍ତ୍ରୀ ଅଛନ୍ତି।ପାଟନାରେ ବିଜେପି ଛାଡ଼ିବା ବିଷୟରେ ସୂଚନା ଦେଇଛନ୍ତି ଯଶୱନ୍ତ ସିହ୍ନା।

ଆଉ ଆଣବିକ ପରୀକ୍ଷା କରିବ ନାହିଁ ଉତ୍ତର କୋରିଆ

ସାରା ବିଶ୍ଵକୁ ଆଣବିକ ଶକ୍ତି ଦ୍ଵାରା ଚମକାଇ ଦେଇଥିବା ଉତ୍ତର କୋରିଆ ଆଉ ଆଣବିକ ପରୀକ୍ଷା କରିବ ନାହିଁ। ରାଷ୍ଟ୍ରପତି କିମ ଜଙ୍ଗ ଉନ୍ ଆଣବିକ ପରୀକ୍ଷା ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଏଥିସହ ସମସ୍ତ ଆଣବିକ ପରୀକ୍ଷଣସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା ପୋଙ୍ଗୟାଙ୍ଗ କହିଛି।

Comment