ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ନିକଟରେ ପ୍ରଦାନ କରାଯାଇଥିଲା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର। ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେବଳ ସୀମିତ ପୁରସ୍କୃତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ନେଇ ଫିଲ୍ମଷ୍ଟାର୍ ତଥା ପଲିଟିସିଆନ୍ ଶତ୍ରୁଘ୍ନ ସିହ୍ନା ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି।

ଫିଲ୍ମ ଷ୍ଟାର୍ ତଥା ପଲିଟିସିଆନ୍ ଶତ୍ରୁଘ୍ନ ସିହ୍ନା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଫିଲ୍ମ ଷ୍ଟାର୍ ତଥା ପଲିଟିସିଆନ୍ ଶତ୍ରୁଘ୍ନ ସିହ୍ନା ଏ ସମ୍ପର୍କରେ କହିଛନ୍ତି, “ଯାହା ବି ହେଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ଟାଳି ଦିଆଯାଇପାରିଥାନ୍ତା। ମୁଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବ୍ୟକ୍ତିଗତ ରୂପେ ଜାଣେ। ସେ ବିହାରର ରାଜ୍ୟପାଳ ଥିଲେ। ସେ ଜଣେ ଭଲ ମଣିଷ। ମୁଁ ଆଶ୍ୱସ୍ତ ଯେ ତାଙ୍କର ଉଦ୍ଦେଶ୍ୟ କାହାରିକୁ ଦୁଃଖୀ କରିବା ନଥିଲା। ଦୁର୍ଭାଗ୍ୟବଶତଃ, ଭୁଲ୍ ବୁଝାମଣା କାରଣରୁ କେତେକ ଲୋକଙ୍କର ଭାବନାରେ ଆଞ୍ଚ୍ ଆସିଛି”।

ଏହା ପୂର୍ବରୁ ସେ କାଷ୍ଟିଂ କାଉଚ ପ୍ରସଙ୍ଗରେ ବି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇଥିଲେ। ସେ କହିଥିଲେ, “ବଲିଉଡ୍ ଓ ରାଜନୀତି, ଏ ଦୁଇ ଜାଗାରେ ମହିଳାମାନଙ୍କଠାରୁ ସେକସୁଆଲ୍ ଫେଭର ଦାବି କରାଯାଇଥାଏ”।

ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ନେଇ ଶତ୍ରୁଘ୍ନ ସିହ୍ନା ଅନେକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ମୁଁ କେବଳ ଅମିତାଭଙ୍କ କାରଣରୁ ଅନେକ ଫିଲ୍ମ ଛାଡ଼ିଥିଲି ଓ ପ୍ରଯୋଜକମାନଙ୍କୁ ସାଇନିଂ ଆମାଉଣ୍ଟ ବି ଫେରାଇଥିଲି।

ଶତ୍ରୁଘ୍ନ ସିହ୍ନାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ଥିଲା। ଦୋସ୍ତାନା, ଜମିନ୍, ଶାନ୍ ଓ କାଲାପଥର ଭଳି ସିନେମାରେ ଶତ୍ରୁଘ୍ନ ସିହ୍ନା ତାଙ୍କ ଉପରେ ଭାରି ପଡ଼ିଥିଲାବୋଲି ଅମିତାଭ ମନେ କରିଥିଲେ। କିନ୍ତୁ ଏହା ମୋତେ ପ୍ରଭାବିତ କରିନଥିଲା।

ବଲିଉଡର ସୁପରଷ୍ଟାର ସଲ୍‌ମାନ ଖାନଙ୍କ ଯୋଧପୁରର ମୃଗ ଶିକାର ମାମଲାରେ ବି ଆକ୍ଟର ଶତ୍ରୁଘ୍ନ ସିହ୍ନା ବି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ କେବଳ ସଲମାନ୍ ଖାନ୍ ଦଣ୍ଡ ପାଉଛନ୍ତି, କାହିଁକି ଅନ୍ୟମାନେ ସୈଫ୍ ଅଲ୍ଲୀଖାନ୍, ସୋନାଲି ବେନ୍ଦ୍ରେ ଓ ତବୁ ଏଥିରୁ ମୁକୁଳିଗଲେ?

ସତୁରି ଓ ଅଶି ଦଶକର ଦୁଇ ବଲିଉଡ ପପୁଲାର୍ ହିରୋଇନ୍ ଜୀନତ୍ ଅମାନ୍ ଓ ରେଖାଙ୍କ ସମ୍ପର୍କରେ ବି ବିବାଦୀୟ ଟିପ୍ପଣୀ ଦେଇଥିଲେ ଶତ୍ରୁଘ୍ନ ସିହ୍ନା। ସେ କହିଥିଲେ ‘ଜୀନତ ଅମାନ୍ ଓ ରେଖା ଦୁହେଁ ଅମିତାଭ ବଚ୍ଚନଙ୍କ ସହିତ ଭଲ ସମ୍ପର୍କ ରଖି ଫିଲ୍ମ ପାଇବା ପାଇଁ ପ୍ରତିଟି କଥାରେ ସେ ଦୁହେଁ ଅମିତାଭଙ୍କ ସାଇଡ୍ ନିଅନ୍ତି। ମୁଁ କିନ୍ତୁ ଜୀନତ ଓ ରେଖାଙ୍କ ବିଷୟରେ ବହୁତ କଥା ଜାଣିଛି।

ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ମାଆଙ୍କ ସମ୍ପର୍କରେ ବି ଏମିତି କିଛି କଥା କହିଥିଲେ ଶତ୍ରୁଘ୍ନ ସିହ୍ନା ଯାହା ବିବାଦୀୟ ହୋଇଥିଲା। ସେ କହିଥିଲେ, ଥରେ ଅମିତାଭଙ୍କ ମାଆ ମୋ ପତ୍ନୀଙ୍କ ପ୍ରଶଂସା କରିଥିଲେ। ମୋ ସ୍ତ୍ରୀ ପୁନମ୍ କର୍‌ବା ଚୌଥ୍ ବ୍ରତ ରଖିଥିଲେ। ଏହାକୁ ନେଇ ଅମିତାଭ ଥଟ୍ଟାରେ କହିଥିଲେ, ଖୁବ୍ ଖରାପ କଥା, ଶେଷରେ ପୁନମଙ୍କୁ ଏହି ଉପବାସରୁ ମିଳିଲା କ’ଣ?

ଫିଲ୍ମ ଷ୍ଟାର ତଥା ସାଂସଦ ବିନୋଦ ଖାନ୍ନାଙ୍କ ପ୍ରସଙ୍ଗକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ସେ ତାଙ୍କର ଏକ ବିବାଦୀୟ ମନ୍ତବ୍ୟ ପାଇଁ ବି ଚର୍ଚ୍ଚିତ ହୋଇଥିଲେ। ଶତ୍ରୁଘ୍ନ ସିହ୍ନା କହିଥିଲେ, “ଯଦି ବିଜେପି ବିନୋଦ ଖାନ୍ନାଙ୍କ ପରିବାରରୁ କାହାକୁ ଲୋକସଭା ପାଇଁ ଟିକେଟ୍ ଦେଇଥାନ୍ତା, ତେବେ ନିଶ୍ଚିତ ରୂପେ ପଞ୍ଜାବର ଗୁରୁଦାସପୁର ସିଟ୍ ବି ବିଜେପି ହାତେଇଥାନ୍ତା”।

Comment