ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହଟ୍ ଆଣ୍ଡ ବୋଲଡ୍ ପୂଜା ବେଦୀ ନିଜର ଆଫେଆର୍ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେ ଜଣଙ୍କୁ ନୁହେଁ, ବରଂ ପାଞ୍ଚଜଣଙ୍କ ସହ ଡେଟ୍ କରୁଥିଲେ, କିନ୍ତୁ ଏବେ ସେ ସିଙ୍ଗଲ ଅଛନ୍ତି।

ବଲିଉଡର ଚର୍ଚ୍ଚିତ ଅଭିନେତା କବୀର ବେଦୀଙ୍କ ଝିଅ ହେଲେ ପୂଜା ବେଦୀ। ପୂଜା କେବଳ ଜଣେ ହଟ୍ ଆଣ୍ଡ ବୋଲଡ୍ ହିରୋଇନ୍ ନୁହନ୍ତି, ସେ ଜଣେ ନାମୀ ମଡେଲ୍ ବି। ହଟ୍ ଆଣ୍ଡ ବୋଲଡ୍ ହୋଇଥିଲେ ବି ପୂଜାଙ୍କୁ ଆକ୍ଟିଂ କ୍ୟାରିଅରରେ ଖାସ୍ ସଫଳତା ମିଳିନଥିଲା।

ଆସନ୍ତୁ ଜାଣିବା ପୂଜା ବେଦୀ କେଉଁମାନଙ୍କ ସହ ଆଫେଆର୍ ପାଇଁ ଚର୍ଚ୍ଚାକୁ ଆସିଥିଲେ।

ଆଦିତ୍ୟ ପାଞ୍ଚୋଲି

ଏକଦା ପୂଜା ବେଦୀ ଓ ଆକ୍ଟର ଆଦିତ୍ୟ ପାଞ୍ଚୋଲିଙ୍କ ଆଫେଆର୍ ହଟ୍ ଟପିକ୍ ବନିଥିଲା। ଆଦିତ୍ୟ ଅଭିନେତ୍ରୀ ଜରିନା ବାହାବଙ୍କୁ ବିବାହ କରିଛନ୍ତି। ଆଦିତ୍ୟ ବିବାହିତ ହୋଇଥିବା ଜାଣି ମଧ୍ୟ ତାଙ୍କ ସହିତ ସମ୍ପର୍କ ରଖିଥିଲେ ପୂଜା ବେଦୀ।

ଯେତେବେଳେ ଆଦିତ୍ୟ ଓ ଜରିନାଙ୍କ ଭିତରେ ମତଭେଦ ହୁଏ, ସେତେବେଳେ ପୂଜାଙ୍କ ପାଖକୁ ଆସନ୍ତି ଆଦିତ୍ୟ। ୧୫ ବର୍ଷିୟା ଚାକରାଣୀ ସହିତ ଆଦିତ୍ୟ ରିଲେସନ୍ ରଖିବାର ଅଭିଯୋଗ ଆସିବା ପରେ ପୂଜା ବେଦୀ ତାଙ୍କଠାରୁ ଦୂରେଇ ଯାଇଥିଲେ।

ଫରହାନ୍ ଫର୍ଣ୍ଣିଚରୱାଲା

ହଟ୍ ଆଣ୍ଡ ବୋଲଡ ପୂଜା ବେଦୀ ପ୍ରାୟ ତିନିବର୍ଷ ଯାଏଁ ଫରହାନ୍ ଫର୍ଣ୍ଣିଚରୱାଲାଙ୍କୁ ଡେଟ୍ କରିଥିଲେ। ୧୯୯୪ରେ ଏ ଦୁହେଁ ବାହା ହୋଇଥିଲେ। କୁହାଯାଏ ଯେ ବାହାଘର ପରେ ପୂଜା ଇସଲାମ୍ ଧର୍ମ ବି ଗ୍ରହଣ କରିଥିଲେ। ପୂଜା ଓ ଫରହାନଙ୍କ ଦୁଇଟି ସନ୍ତାନ ମଧ୍ୟ ଥିଲେ। କିନ୍ତୁ ବାହାଘରର ମାତ୍ର ନଅବର୍ଷ ପରେ ଉଭୟଙ୍କ ଭିତରେ ଝଗଡ଼ା ହେଲା। ଏହାପରେ ପୂଜା ବେଦୀ ୨୦୦୩ରେ ଫରହାନଙ୍କଠାରୁ ଅଲଗା ହୋଇଥିଲେ।

ହନିଫ୍ ହିଲାଲ୍

୨୦୦୩ରେ ଫରହାନଙ୍କଠାରୁ ଦୂରେଇ ଯିବା ପରେ ବି ପୂଜା ବେଦୀଙ୍କ ମନ ଭରିନଥିଲା। ସେ ପୁଣି ପ୍ରେମରେ ପଡ଼ିଥିଲେ। ଏଥର ପୂଜା ବେଦୀ ଜଣେ କୋରିଓଗ୍ରାଫରଙ୍କ ପ୍ରେମରେ ପଡ଼ିଥିଲେ। ପୂଜା ବେଦୀ ‘ନଚ୍ ବଲିଏ-୩’ରେ ହନିଫ୍ ହଲାଲଙ୍କ ସହିତ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ପୂଜା ବେଦୀ ଓ ହନିଫ୍ ହଲାଲ୍ ୨୦୦୮ରେ ପରସ୍ପରଠୁ ଅଲଗା ହୋଇଗଲେ।

ଦ୍ଵିତୀ ବିକ୍ରମାଦିତ୍ୟ

ବଲିଉଡର ବୋଲଡ ଆଣ୍ଡ ହଟ୍ ହିରୋଇନ୍ ତଥା ମଡେଲ୍ ପୂଜା ବେଦୀ ଦ୍ଵିତୀ ବିକ୍ରମାଦିତ୍ୟଙ୍କ ସହିତ ବି ସିରିଅସ୍ ରିଲେସନସିପରେ ରହିଥିଲେ। ଏପରି ସେ ଦୁହେଁ ବାହା ହେବାକୁ ବି ଯାଉଥିଲେ। କିନ୍ତୁ ଦ୍ଵିତୀ ବିକ୍ରମାଦିତ୍ୟଙ୍କ ପିତାମାତା ପୂଜା ବେଦୀଙ୍କୁ ବୋହୂ ଭାବେ ସ୍ଵୀକାର କରିବାକୁ ମନା କଲେ। ଏହା ପରେ ଦୀର୍ଘ ୧୮ ମାସର ଆଫେଆର ଦି ଏଣ୍ଡ ହୋଇଗଲା।

ଆକାଶଦୀପ ସହଗଲ

‘ବିଗବସ୍ ସିଜିନ୍-୫’ ସମୟରେ’ ପୂଜା ବେଦୀଙ୍କ ଦିଲ୍ ଆକାଶ ଦୀପ ସହଗଲଙ୍କ ଉପରକୁ ଆସିଥିଲା। ଆକାଶଦୀପ ହେଉଛନ୍ତି ମେଗା ସିରିଏଲ୍ ‘କ୍ୟୁଁକି ଶାଶ୍ ଭି କଭି ବୋହୁ ଥୀ’ରେ ଅଂଶ ଭୂମିକା ନିଭାଇଥିବା ଅଭିନେତା। ଆକାଶ ଓ ପୂଜା ‘ବିଗ୍ ବସ୍ ସିଜିନ୍ ୫’ ବେଳେ ପ୍ରେମରେ ପଡ଼ିଲେ। କିନ୍ତୁ ଏ ଦୁହିଁଙ୍କ ସମ୍ପର୍କ ବି ବେଶି ଦିନ ତିଷ୍ଠିଲା ନାହିଁ। ୨୦୧୩ରେ ଉଭୟଙ୍କ ବ୍ରେକ୍ଅପ୍ ହେଲା। ଏବେ ପୂଜା ସିଙ୍ଗଲ୍ ଅଛନ୍ତି।

Comment