ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ନାୟକ ଭାବେ ‘ମୈନେ ପ୍ୟାର କିୟା’ ଫିଲ୍ମ ଜରିଆରେ ପରଦାକୁ ଆସିଥିଲେ। ଏଥିରେ ତାଙ୍କୁ ଜଣେ ରୋମାଣ୍ଟିକ୍ ହିରୋ ରୂପେ ଦେଖିବାକୁ ମିଳିଥିଲା। ହେଲେ ପରେ ସେ ବନିଥିଲେ ଆକ୍ସନ ହିରୋ।

ଆସନ୍ତୁ ଜାଣିବା ସଲମାନଙ୍କ ଟପ୍ ଆକ୍ସନ ଫିଲ୍ମଗୁଡ଼ିକ ସମ୍ପର୍କରେ…

ସଲମାନ୍ ଖାନଙ୍କ ଲାଟେଷ୍ଟ ମୁଭି ହେଲା ‘ରେସ୍-୩’। ଏହା ଏକ ସୁପର ଆକ୍ସନ୍ ଫିଲ୍ମ। ଏଥିରେ ସଲମାନଙ୍କ ବ୍ୟତୀତ ଅନୀଲ କପୁର, ବବି ଦେଓଲ୍, ସାକିବ୍ ସଲିମ୍, ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଡେଜି ଶାହା ପ୍ରମୁଖ ଅଛନ୍ତି ଲିଡ୍ ରୋଲ୍‌ରେ।

ସଲମାନ୍ ଖାନ୍‌ଙ୍କର ‘ରେସ୍‌-୩’ ପ୍ରଥମ ଆକ୍ସନ ଫିଲ୍ମ ନୁହେଁ। ଏହା ଆଗରୁ ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ଅନେକ ସିନେମାରେ ଦମଦାର୍ ଆକ୍ସନ୍ ଦେଖାଇଛନ୍ତି।

୧୯୯୫ରେ ରିଲିଜ୍ ହୋଇଥିବା ‘ବୀରଗତି’କୁ ସଲମାନ୍ ଖାନ୍‌ଙ୍କର ପ୍ରଥମ ଆକସନ୍ ମୁଭି ବୋଲି କୁହାଯାଏ। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।

‘ବୀରଗତି’ ପରେ ସଲମାନ୍ ଖାନ୍ ପୁଣି ‘ଔଜାର’ ଭଳି ସିନେମାରେ ନଜର ଆସିଥିଲେ ଦମଦାର୍ ଆକସନ୍ ରୋଲରେ। ହେଲେ ଏଥର ବି ବିଫଳତାର ସ୍ଵାଦ ଚାଖିବାକୁ ପଡ଼ିଥିଲା ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍‌ଙ୍କୁ।

ଏହା ପରେ ସେ ପୁଣି ରୋମାଣ୍ଟିକ୍ ଫିଲ୍ମକୁ ମୁହାଁଇଥିଲେ। ସଲମାନ୍ ଖାନ୍‌ଙ୍କର ‘ଜବ୍ ପ୍ୟାର୍ କିସିସେ ହୋତା ହେ’, ‘କୁଛ୍ କୁଛ୍ ହୋତା ହେ’, ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘ଖାମୋସି ଦ ମ୍ୟୁଜିକାଲ୍’, ‘ବିବି ନମ୍ବର ୱାନ୍’, ‘ସାଜନ୍’ ଏବଂ ‘ଜୁଡ୍ୱା’ ଭଳି ରୋମାଣ୍ଟିକ୍ ବା କମେଡ଼ି ଫିଲ୍ମରେ ହିରୋ ବନିଲେ। ଆଉ ତାଙ୍କୁ ଖୁବ୍ ସଫଳତା ବି ମିଳିଲା।

ତେବେ ସଲମାନ୍ ଖାନ୍ ପୁଣି ଆକସନ୍ ଅବତାରରେ ଫେରିଥିଲେ ୨୦୦୨ରେ । ଏ ବର୍ଷ ରିଲିଜ୍ ହୋଇଥିଲା ସଲମାନ୍ ଖାନ୍‌ଙ୍କ ହିଟ୍ ଫିଲ୍ମ ‘ତୁମ୍‌କୋ ନା ଭୁଲ୍ ପାଏଙ୍ଗେ’। ଏଥିରେ ସୁସ୍ମିତା ସେନ୍ ଥିଲେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ। ଏହାର ବଜେଟ୍ ଥିଲା ୧୧ କୋଟି ଓ କଲେକ୍ସନର ପରିମାଣ ଥିଲା ୧୯ କୋଟି।

ତା’ ପରେ ସଲମାନ୍ ଖାନ୍ ୨୦୦୪ରେ ପରଦାକୁ ଆସିଥିଲା ଆକ୍ସନ୍ ଫିଲ୍ମ ‘ଗର୍ବ’। ଏହି ଫିଲ୍ମରେ ଶିଳ୍ପାସେଟ୍ଟି ଥିଲେ ଫିମେଲ୍ ଲିଡ୍‌ରେ। ଏହାର ବଜେଟ୍ ଥିଲା ୧୭ କୋଟି ଓ କଲେକ୍ସନ୍ ହୋଇଥିଲା ୨୩ କୋଟି।

୨୦୦୯ରେ ସଲମାନ୍‌ଙ୍କର ସୁପର ଆକସନ୍ ମୁଭି ୱାଣ୍ଟେଡ୍ ରିଲିଜ୍ ହୋଇଥିଲା। ଏଥିରେ ନାୟିକା ଭୂମିକାରେ ଥିଲେ ଆୟେଶା ଟାକିଆ। ୫୨ କୋଟି ବଜେଟର ଏହି ସିନେମା ୮୩ କୋଟି ଟଙ୍କା ଆୟ କରିଥିଲା।

ସଲମାନଙ୍କର ୨୦୧୦ରେ ପରଦାକୁ ଆସିଥିଲା ‘ଦବଙ୍ଗ’। ଏଥିରେ ସୋନାକ୍ଷୀ ସିହ୍ନା ଥିଲେ ଫିମେଲ୍ ଲିଡରେ। ମାତ୍ର ୪୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆକସନ ମୁଭି ୨୧୯ କୋଟି ଟଙ୍କାର ବ୍ୟବସାୟ କରିଥିଲା।

୨୦୧୨ରେ ସଲମାନ୍ ଖାନଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ ଆଉ ଏକ ସୁପର ଆକ୍ସନ୍ ମୁଭିରେ ତାହା ହେଲା ‘ଏକ୍ ଥା ଟାଇଗର’। ଏହାର ବଜେଟ୍ ଥିଲା ୯୨ କୋଟି ଟଙ୍କା ମାତ୍ର ବକ୍ସ ଅଫିସ କଲେକ୍ସନ ଥିଲା ୩୦୮ କୋଟି ବମ୍ପ।

୨୦୧୨ରେ ରିଲିଜ୍‌ ହୋଇଥିବା ‘ଦବଙ୍ଗ-୨’ରେ ସଲମାନ୍ ଖାନ ଫୁଣି ଆକସନ୍ ଅବତାରରେ ନଜର ଆସିଥିଲେ। ଏହାର ବଜେଟ୍ ଥିଲା ୮୪ କୋଟି, ଆଉ ଆୟ ଥିଲା ୨୮୯ କୋଟି ଟଙ୍କା।

୨୦୧୪ରେ ସଲମାନ୍ ଖାନଙ୍କ ଅଭିନୀତ ଫିଲ୍ମ ‘କିକ୍’ ବି ସୁପରହିଟ୍ ହୋଇଥିଲା। ଏହି ଆକସନ୍ ଫିଲ୍ମର ବଜେଟ୍ ଥିଲା ୧୪୦ କୋଟି ଓ ବକ୍ସ ଅଫିସ କଲେକ୍ସନ୍ ଥିଲା ୩୫୧ କୋଟି ଟଙ୍କା। ସେହି ବର୍ଷ ସଲମାନ୍ ଖାନ୍ ଫିଲ୍ମ ‘ଜୟ ହୋ’ ବି ସୁପରହିଟ୍ ହୋଇଥିଲା। ୧୦୨ କୋଟି ବଜେଟ୍‌ର ଏହି ଫିଲ୍ମ ୧୮୬ କୋଟି ଟଙ୍କାର ବ୍ୟବସାୟ କରିଥିଲା।

୨୦୧୬ରେ ସଲମାନ୍ ଖାନଙ୍କ ଫିଲ୍ମ ‘ସୁଲତାନ’ ୫୭୭ କୋଟି ୨୦୦୭ରେ ଓ ‘ଟାଇଗର ଜିନ୍ଦା ହେ’ ୫୬୧ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏ ଦୃଷ୍ଟିରୁ ଆକ୍ସନ ରୋଲରେ ସଲମାନଙ୍କୁ ଦର୍ଶକ ବେଶୀ ପସନ୍ଦ କରନ୍ତି।

 

1 COMMENT

Comment