ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କ ମୁହଁ କଳା କରିଥିଲେ ନିର୍ଦ୍ଦେଶକ କମଲ ଅମରୋହୀ। ରାଗ ସୁଝାଇବା ପାଇଁ କମଲ ଅମରୋହୀ ଏଭଳି କରିଥିବା ଚର୍ଚ୍ଚା ହୁଏ।

ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ର ଦୀର୍ଘ ୫୮ ବର୍ଷର କ୍ୟାରିଅର୍ ଭିତରେ ୩୦୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି। ଏଥିମଧ୍ୟରୁ ୧୦୭ଟି ହିଟ୍ ହୋଇଛି।

ହିମ୍ୟାନ୍ ଧର୍ମେନ୍ଦ୍ର ‘ଦିଲ୍ଲୀପ’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମା ଦେଖିବା ପରେ ଖୁବ୍ ପ୍ରଭାବିତ ହୋଇଥିଲେ। ଏହାପରେ ସେ ଅଭିନେତା ହେବାର ନିଷ୍ପତ୍ତି ନେଇଥିଲେ।

ସେହି ସମୟରେ ଫିଲ୍ମ ଫେଆର୍ ପକ୍ଷରୁ ଟ୍ୟାଲେଣ୍ଟ ହଣ୍ଟର ଆୟୋଜନ କରାଯାଉଥିଲା। ସେଥିରେ ସାମିଲ୍ ହୋଇଥିଲେ ହିମ୍ୟାନ୍ ଧର୍ମେନ୍ଦ୍ର। ଆକ୍ଟିଂରେ କ୍ୟାରିଅର୍ କରିବା ପାଇଁ ହିମ୍ୟାନ୍‌ ଧମେନ୍ଦ୍ରଙ୍କୁ ଖୁବ୍‌ କଷ୍ଟ କରିବାକୁ ପଡ଼ିଥିଲା।

ଥରେ ହି ମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ପାଖରେ ପଇସା ନଥିଲା। ପ୍ରବଳ ଭୋକ ଲାଗିଲା। ସେ ତାଙ୍କ ରୁମ୍‌ ମେଟ୍‌କୁ ନ କହି ତା’ର ଇସବଗୁଲ୍ ପ୍ୟାକେଟଟିକୁ ଖାଇ ଦେଇଥିଲେ। ଭୋକ ଦାଉରୁ ରକ୍ଷା ପାଇବା ଲାଗି ଏପରି ଧର୍ମେନ୍ଦ୍ର କରିଲେ ସତ, ମାତ୍ର ତାଙ୍କ ଦେହ ଖରାପ ହୋଇଗଲା। ଏଥିପାଇଁ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥିଲା।

ହି ମ୍ୟାନ୍ ଧର୍ମେନ୍ଦ୍ର ୧୯୬୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦିଲ୍ ଭି ତେରା ହମ୍ ଭି ତେରେ’ ଜରିଆରେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ହିମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ଷ୍ଟାର୍ ବନାଇଥିବା ସିନେମା ହେଲା ‘ଫୁଲ୍ ଔର୍ ପଥର୍’। ଏହା ୧୯୬୬ରେ ରିଲିଜ୍ ହୋଇଥିଲା।

ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ର ଟ୍ରାଜେଡି କୁଇନ୍ ମୀନା କୁମାରଙ୍କ ସହିତ ‘କାଜଲ୍’ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ହିମ୍ୟାନ୍‌ ଧର୍ମେନ୍ଦ୍ର ଅନ୍ୟ ଏକ ଫିଲ୍ମରେ କାମ କରିବା ବେଳେ ମୀନା କୁମାରୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଏହି ସିନେମା ହେଲା ‘ଫୁଲ୍ ଔର୍ ପଥର’। ଏଥିରେ ଧର୍ମେନ୍ଦ୍ର ସାର୍ଟଲେସ୍ ଅବତାରରେ ନଜର ଆସିଥିଲେ।

ଏଥିପାଇଁ ହିମ୍ୟାନ୍ ଧର୍ମେନ୍ଦ୍ର ସମାଲୋଚିତ ହୋଇଥିଲେ। ଫୁଲ୍ ଔର ପଥର’ର ସୁଟିଂ ସମୟରେ ଧର୍ମେନ୍ଦ୍ର ଓ ମୀନା କୁମାରୀଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଥିଲା।

ଏହାକୁ ସହ୍ୟ କରିପାରିନଥିଲେ ମୀନା କୁମାରୀଙ୍କ ସ୍ୱାମୀ କମଲ ଅମରୋହୀ। କମଲ ଅମରୋହୀ ଜଣେ ଖ୍ୟାତନାମା ନିର୍ଦ୍ଦେଶକ।

ନିର୍ଦ୍ଦେଶକ କମଲ ଅମରୋହୀ ବଲିଉଡର ହିମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ସେ ଏହାର ପ୍ରତିଶୋଧ ନେବା ପାଇଁ ଚିନ୍ତା କରିଥିଲେ।

କୁହାଯାଏ ଯେ କମଲ ଅମରୋହୀ ହିମ୍ୟାନ୍ ଧର୍ମେନ୍ଦ୍ରଙ୍କ ମୁହଁ କଳା କରାଇ ନିଜର ପ୍ରତିଶୋଧ ନେଇଥିଲେ। ୧୯୮୩ରେ ରିଲିଜ୍ ହୋଇଥିଲା କମଲ ଅମରୋହୀଙ୍କ ସିନେମା ‘ରଜିନ୍ୟା ମୁଲତାନ୍’। ଏହି ଫିଲ୍ମରେ ଟାଇଟଲ ରୋଲ୍ ନିଭାଇଥିଲେ ଡ୍ରିମ ଗର୍ଲ ହେମା ମାଳିନୀ। ଏଥିରେ ଧର୍ମେନ୍ଦ୍ର ବି ଅଭିନୟ କରିଥିଲେ।

ରଜିୟା ସୁଲତାନ୍ ଫିଲ୍ମରେ ଜାଣିଶୁଣି ହିମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ମୁହଁକୁ କଳା କରାଇଥିଲେ ନିର୍ଦ୍ଦେଶକ କମଲ ଅମରୋହୀ। ଧର୍ମେନ୍ଦ୍ର କିପରି ଅସୁନ୍ଦର ଦିଶିବେ, ସେହି ରାଗରେ କମଲ ଏପରି କରିଥିବା କୁହାଯାଏ। ସ୍କ୍ରିପ୍ଟରେ କିନ୍ତୁ ସେଭଳି କିଛି ନଥିଲା।

ଧର୍ମେନ୍ଦ୍ର- ହେମାମାଳିନୀ ସେତେବେଳକୁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଥିଲେ। କୁହାଯାଏ ଯେ ମୀନା କୁମାରୀ କମଲଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ। ଏଣୁ ଧର୍ମେନ୍ଦ୍ରଙ୍କ ଆଡ଼କୁ ଢ଼ଳିଥିଲେ।

Comment