ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି ଅନେକ ପିତା-ପୁତ୍ର ଯୋଡ଼ି ଅଛନ୍ତି, ଯେଉଁମାନେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଏଠି କାହାର ପିତା ନିର୍ଦ୍ଦେଶକ ଓ ପୁଣି ଅଭିନେତା, ତ ପୁଣି କାହାର ପିତା ସଙ୍ଗୀତକାର ତ ପୁଅ ଅଭିନେତା। ହେଲେ ଆମେ ଏଠାରେ କହୁଛୁ କେବଳ ସେହି ପିତା-ପୁତ୍ରଙ୍କ ଯୋଡ଼ିର କଥା, ଯେଉଁମାନେ ପରଦାରେ ପିତା-ପୁତ୍ର ଭୂମିକାରେ ନଜର ଆସିଛନ୍ତି।

ବଲିଉଡର ଫାର୍ଷ୍ଟ ଫ୍ୟାମିଲି ହେଉଛି କପୁର ଫ୍ୟାମିଲି। ଏଡି ପରିବାରର ପ୍ରଥମ ସଦସ୍ୟ ହେଲେ ପୃଥ୍ୱୀରାଜ କପୁର, ଯିଏ କି ଫିଲ୍ମ ଲାଇନ୍‌ରେ ପ୍ରବେଶ କରିଥିଲେ। ତାଙ୍କ ପରେ ପୃଥ୍ୱୀରାଜଙ୍କ ପୁତ୍ର ରାଜ୍ କପୁର, ଶଶୀ କପୁର ଓ ଶମ୍ମୀ କପୁର ଏବଂ ପୁଣି ରାଜଙ୍କ ପୁତ୍ର ରଣଧୀର କପୁର, ଋଷି କପୁର ଓ ରାଜୀବ କପୁର ବି ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ତା’ ପରେ ପୀଦି ଭାବେ ଋଷି କପୁରଙ୍କ ପୁଅ ରଣବୀର କପୁର ଏବେ ଅଭିନୟ କ୍ଷେତ୍ରରେ ସକ୍ରିୟ। ଏମାନଙ୍କ ଭିତରୁ ରଣଧୀର କପୁରଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ କଲ୍ ଆଜ୍ ଔର୍ କଲ୍’ରେ ପୃଥ୍ୱୀରାଜ କପୁର- ରାଜ୍ କପୁରଙ୍କ ଯୋଡ଼ି ସାଙ୍ଗକୁ ରାଜ୍ କପୁର ଓ ରଣଧୀର କପୁରଙ୍କ ଆଫେଆର୍‌କୁ ଦେଖିବାକୁ ପାଇଥିଲେ ଦର୍ଶକ।

ଠିକ୍ ସେହିପରି ହିଟମ୍ୟାନ୍‌ ଧର୍ମେନ୍ଦ୍ର ବି ତାଙ୍କର ଦୁଇ ପୁଅ ସନ୍ନି ଦେଓଲ୍ ଓ ବିବି ଦେଓଲଙ୍କ ସହିତ ପରଦାରେ ବାପପୁଅ ଭୂମିକାରେ ନଜର ଆସିଛନ୍ତି। ‘ଆପ୍‌ନେ’, ‘ୟମ୍‌ଲା ପଗଲା ଦିୱାନା’ ଓ ‘ୟମ୍‌ଲା ପାଗ୍‌ଲା ଦିୱାନା-୨’ରେ ଏହି ପିତା-ପୁତ୍ରଙ୍କୁ ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର, ଉଭୟ ସନ୍ନି ଓ ବବିଙ୍କ ସହିତ କାମ କରିଛନ୍ତି। ଆଉ ଏସବୁ ଫିଲ୍ମ ବି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି।

ବଲିଉଡରେ ଖ୍ୟାତନାମା ଅଭିନେତା- ନିର୍ମାତା- ନିର୍ଦ୍ଦେଶକ ତଥା ରାଜନେତା ସୁନୀଲ ଦତ୍ତ ବି ତାଙ୍କ ପୁଅ ସଞ୍ଜୟ ଦତ୍ତଙ୍କ ସହିତ ସ୍କ୍ରିନ୍ ସେଆର୍ କରିଛନ୍ତି। ଏହି ବାପପୁଅ ଯୋଡ଼ିକୁ ଦର୍ଶକ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଛନ୍ତି। ସେହି ଫିଲ୍ମଟି ହେଲା ରାଜ କୁମାର ହିରାନାଙ୍କ ନିର୍ଦ୍ଦେଶିତ ‘ମୁନ୍ନାଭାଇ ଏମ୍‌ବି ବିଏସ୍’। ଏଥିରେ ସୁନୀଲ ଦତ୍ତ ଜଣେ ସଚ୍ଚୋଟ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିବା ବେଳେ ସଞ୍ଜୟ ଦତ୍ତ ଥିଲେ ଟପୋରି ଚରିତ୍ରରେ।

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ସୁପୁତ୍ର ଅଭିଷେକ ବଚ୍ଚନ ମଧ୍ୟ ଏକାଠି କେତୋଟି ଫିଲ୍ମରେ କାମ କରିଛନ୍ତି। ଏ ଦୁହେଁ ଇତିମଧ୍ୟରେ ସରକାର୍, ସରକାର ରାଜ୍ ଓ ‘ପା’ ଆଦି ଫିଲ୍ମରେ ଏକାଠି ଆସିଛନ୍ତି। ଏମାନେ ପିତା ପୁତ୍ର ଭୂମିକାରେ ବି ଅଭିନୟ କରି ଥିଲେ ଏଥିରେ।

ପିତା ରାକେଶ ରୋଶନ୍ ଓ ପୁତ୍ର ହ୍ରିତିକ ରୋଶନ୍ ମଧ୍ୟ କେବଳ ଗୋଟିଏ ଫିଲ୍ମ ରିଅଲ୍ ଲାଇଫର ରୋଲରେ ନଜର ଆସିଛନ୍ତି। ଏହି ସିନେମା ହେଲା ‘କୋଇ ମିଲଗୟା’ ଗୋଟିଏ ଫେମ୍‌ରେ ଆସିନାହାନ୍ତି ଏ ଦୁହେଁ । କାରଣ ହ୍ରିତିକଙ୍କ ଜନ୍ମ ପୂର୍ବରୁ ରାକେଶଙ୍କର ମୃତ୍ୟୁ ଘଟିଥିଲା। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ନିଜେ ରାକେଶ ରୋଶନ୍

ଆଗକୁ ଅନୀଲ କପୁର ଓ ହର୍ଷବର୍ଦ୍ଧନ କପୁରଙ୍କ ଭଳି ପିତାପୁତ୍ରଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି।

Comment