ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଭଳି ଓଲିଉଡରେ ବି ଟପ୍ ହିରୋଇନ୍‌ମାନେ ନ୍ୟୁକମରଙ୍କ ଅପୋଜିଟରେ କାମ କରିବାକୁ ସହଜରେ ରାଜି ହୋଇନଥାନ୍ତି। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ବି ଘଟିଛି।

ଆସନ୍ତୁ ଜାଣିବା ଏଯାବତ୍ କେଉଁ ଓଲିଉଡର ଟପ୍ ହିରୋଇନମାନେ ଦୁଇ ଜଣ ନବାଗତ ନାୟକଙ୍କ ନାୟିକା ବନିଛନ୍ତି….

ଅର୍ଚ୍ଚିତା

ଓଲିଉଡର ଟପ୍ ହିରୋଇନ୍‌ମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଅର୍ଚ୍ଚିତା। ଅର୍ଚ୍ଚିତା ୨୦୦୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍‌’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତା ତାଙ୍କର ଡେବ୍ୟୁ ସିନେମାରେ ପାଇଥିଲେ ଜଣେ ନ୍ୟୁକମରଙ୍କ ସାଥ୍।

ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତା ‘ଓ ମାଇଁ ଲଭ୍‌’ରେ ଯେଉଁ ନବାଗତ ନାୟକଙ୍କ ବିପକ୍ଷରେ ନଜର ଆସିଥିଲେ, ସେ ହେଲେ ରାଜଦୀପ୍। ଏହା ବି ସେହି ଯୋଡିଙ୍କର ପ୍ରଥମ ଓ ଅନ୍ତିମ ସିନେମା। ପ୍ରକାରାନ୍ତରେ କୁହାଯାଇପାରେ ଯେ ଅର୍ଚ୍ଚିତା ଓଲିଉଡର ଟପ୍ ହିରୋଇନ୍ ବନିଗଲେ, ଆଉ ରାଜଦୀପ୍ ରହିଗଲେ ଅନ୍ଧାରରେ।

ଟପ୍ ହିରୋଇନ୍ ଅର୍ଚ୍ଚିତା ଓଲିଉଡର ଅନ୍ୟ ଏକ ସିନେମାରେ ବି ଜଣେ ନ୍ୟୁକମରଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି। ହଁ ସେ ବାଲୁଙ୍କେଶ୍ୱର ଫିଲ୍ମସ ଦ୍ୱାରା ପ୍ରଯୋଜିତ ଫିଲ୍ମ ‘ବାବୁ ଆଇ ଲଭ୍ ୟୁ’ ସିନେମାରେ ପାଇଥିଲେ ଜଣେ ନବାଗତଙ୍କ ସାଥ୍‌। ଏହି ନ୍ୟୁକମର ଜଣକ ହେଲେ ଚନ୍ଦନ କର।

ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତାଙ୍କ ସହିତ ଚନ୍ଦନଙ୍କର ଯୋଡ଼ି ବି ଭଲ ଜମି ଯାଇଥିଲା। ଖାସ୍ କରି ଏମାନଙ୍କର ରୋମାନ୍ସ କେମେଷ୍ଟ୍ରି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।

ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତା ଚନ୍ଦନଙ୍କ ସହ ପରେ ଅବଶ୍ୟ ନାୟିକା ଭାବେ ‘ଦେ ମା ଶକ୍ତି ଦେ’ରେ ନଜର ଆସିଛନ୍ତି। ‘ବାବୁ ଆଇ ଲଭ୍ ୟୁ’ ଓ ‘ଦେ ମା ଶକ୍ତି ଦେ’ର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ। ଏହାପରେ ଓଲିଉଡର ଟପ୍ ହିରୋଇନ୍ ଅନ୍ୟ କୌଣସି ନ୍ୟୁକମରଙ୍କ ସହିତ ଅନ୍ ସ୍କ୍ରିନ୍ ରୋମାନ୍ସ କରିନାହାନ୍ତି।

ରୀୟା ଦେ

ଓଲିଉଡର ଟପ୍ ହିରୋଇନ୍ ରୀୟା ଦେ ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମା ଜରିଆରେ ଡେବ୍ୟୁ କରିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ। ଏଥିରେ ତାଙ୍କର ହିରୋ ଥିଲେ ଆଜିକାର ସୁପରଷ୍ଟାର୍ ବାବୁସାନ୍। ଏହାପରେ ଟପ୍ ହିରୋଇନ୍ ରୀୟା ଅମ୍ଳାନ୍, ଅରିନ୍ଦମ୍, ସିଦ୍ଧାନ୍ତ, ଅଭିଷେକ ଓ ସବ୍ୟସାଚୀଙ୍କ ଭଳି ପ୍ରତିଷ୍ଠିତ ନାୟକଙ୍କ ସହ ସ୍କ୍ରିନ୍ ସେଆର କରିଛନ୍ତି।

ଓଲିଉଡର ଟପ୍ ହିରୋଇନ୍ ରୀୟା ଦେବ ତାଙ୍କର ଦୀର୍ଘ ୮ ବର୍ଷର କ୍ୟାରିଅରରେ ମାତ୍ର ଦୁଇଜଣ ନ୍ୟୁକମରଙ୍କର ନାୟିକା ବନିଛନ୍ତି। ରୀୟାଙ୍କର ଏ ଦୁଇ ନୂଆ ନାୟକ ଥିଲେ ଅମନ୍ ଓ ମୁନ୍ନା। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ଶୈଳେନ୍ଦ୍ର ପରିଡାଙ୍କ ନିର୍ଦ୍ଦେଶିତ ସିନେମା ‘କଥା ଦେଲି ମଥା ଛୁଇଁ’ରେ ରୀୟାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତ ଅମନ୍।

ଠିକ୍ ସେହିପରି ଅଶୋକ କୁମାର ଦାଶଙ୍କ ପ୍ରଯୋଜନା ଓ ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ସିନେମା ‘ଦିୱାନା ହେଲି ତୋ ପାଇଁ’ ଓଲିଉଡର ହଟ୍ ହିରୋଇନ୍ ରୀୟା ନଜର ଆସିଥିଲେ। ଏଥିରେ ତାଙ୍କ ସହ ନାୟକ ଭାବେ ଓଲିଉଡରେ ଡେବ୍ୟୁ କରିଛନ୍ତି ମୁନ୍ନା। ଉଭୟ ନବାଗତଙ୍କ ସହ ରୀୟାଙ୍କୁ ଅବଶ୍ୟ ଦର୍ଶକ ପସନ୍ଦ କରିଛନ୍ତି।

କୋଏଲ୍ ବାନାର୍ଜୀ

ଓଲିଉଡର ଆଉ ଜଣେ ଟପ୍ ହିରୋଇନ୍ ହେଲେ କୋଏଲ୍ ବାନାର୍ଜୀ। ସେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମାରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଆକ୍ସନ ଷ୍ଟାର୍ ଅରିନ୍ଦମ୍ ଥିଲେ ଟପ୍ ହିରୋଇନ୍ କୋଏଲଙ୍କ ନାୟକ। ଏହାର ନିର୍ଦ୍ଦେଶକ ହେଲେ ଶ୍ରୀତମ୍ ଦାସ।

ଏହା ପରେ କୋଏଲଙ୍କୁ ଦୁଇ ଜଣ ନ୍ୟୁକମରଙ୍କ ସହ ଦେଖିବାକୁ ମିଳିଛି। ଏଥିମଧ୍ୟରୁ ପ୍ରଥମ ଜଣକ ହେଲେ ଦୀପକ। ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମନ ମୋର ପ୍ରଜାପତି’ରେ ଦୀପକ ଡେବ୍ୟୁ କରିଥିଲେ। ଏଥିରେ କୋଏଲଙ୍କ ସହ ସ୍କ୍ରିନ୍ ସେଆର କରିଥିଲେ ସେ । ‘ଦୀପୁ ଦ ଡ୍ୟାନସ ବୟ’ରେ ଟପ୍ ହିରୋଇନ୍ ଜଣେ ନବାଗତ ମନୋଜ ରାଉତଙ୍କ ବିପକ୍ଷରେ ନାୟିକା ବନିଥିଲେ।

Comment