ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଗୁ ଦାଦା ଓରଫ୍ ଜ୍ୟାକି ଶ୍ରଫ୍‌ଙ୍କ ସମ୍ପର୍କରେ ଆପଣ ଅନେକ କଥା ତ ଜାଣିଥିବେ, ହେଲେ ତାଙ୍କ ସଂଘର୍ଷ ସମୟର ଏସବୁ କଥା କ’ଣ ଜାଣନ୍ତି।

ଆସନ୍ତୁ ଜଗୁ ଦାଦାଙ୍କ ବିଷୟରେ ଜାଣିବା…

ବଲିଉଡର ଜଗୁ ଦାଦା ଓରଫ୍ ଜ୍ୟାକି ଶ୍ରଫ୍ ଜଣେ ସଫଳ ଅଭିନେତା। ଜଗୁ ଦାଦା ପ୍ରଖ୍ୟାତ ଅଭିନେତା- ନିର୍ମାତା- ନିର୍ଦ୍ଦେଶକ ଦେବ ଆନନ୍ଦଙ୍କ ଫିଲ୍ମ ‘ସ୍ୱାମୀ ଦାଦା’ରେ ପ୍ରଥମେ ଅଭିନୟ କରିଥିଲେ। ୧୯୮୨ ମସିହାରେ ଏହା ରିଲିଜ୍ ହୋଇଥିଲା।

୧୯୮୩ ମସିହାରେ ସୋ’ ମ୍ୟାନ୍ ସୁଭାଷ ଘାଇ ବଲିଉଡର ଜ୍ୟାକି ଶ୍ରଫ୍‌ଙ୍କ ହିରୋ ଭାବେ ବ୍ଲକବଷ୍ଟର ମୁଭି ‘ହିରୋ’ରେ ଲଞ୍ଚ୍ କରିଥିଲେ। ଏଥିରେ ମିନାକ୍ଷୀ ଶେଷାଦ୍ରି ବନିଥିଲେ ବଲିଉଡର ଜଗୁ ଦାଦାଙ୍କ ନାୟିକା।

‘ହିରୋ’ ରିଲିଜ୍ ହେବା ପରେ ବଲିଉଡର ଜ୍ୟାକି ଶ୍ରଫ୍‌ ଷ୍ଟାରଡମ୍ ହାସଲ କରିଥିଲେ। ଆଉ ତା’ପରେ ସେ ପଛକୁ ଫେରି ଚାହିଁ ନାହାନ୍ତି। ଜ୍ୟାକି ଶ୍ରଫ୍‌ଙ୍କ କେତୋଟି ଲୋକପ୍ରିୟ ସିନେମା ହେଲା ‘କର୍ମା’, ‘ଯୁଦ୍ଧ’, ‘ତ୍ରିଦେବ୍’, ‘ଅନ୍ଦର ବାହାର୍’, ‘ଜାନୁ’, ‘କାଶ୍’, ‘ଗରିଳା, ‘ରାମଲଖନ୍’, ‘ସୌଦାଗର୍’, ‘ପରିନ୍ଦା’, ‘ଅଙ୍ଗାର୍’, ‘ଗର୍‌ଦୀଶ୍’, ‘ଖଳନାୟକ’, ‘୧୯୪୨- ଏ ଲଭ ଷ୍ଟୋରି’, ‘ରଙ୍ଗିଲା’, ‘ଅନ୍ନସାକ୍ଷୀ’ ଓ ‘ବର୍ଡର୍’ ଆଦି।

ଆପଣ କ’ଣ ଜାଣନ୍ତି କି ବଲିଉଡର ଜଗୁ ଦାଦା ଓରଫ୍ ଜ୍ୟାକି ଶ୍ରଫ୍‌ଙ୍କ ପିଲାଦିନ ମୁମ୍ବାଇର ଏକ ବସ୍ତିରେ ବିତିଥିଲା। ତାଙ୍କର ବାପା ଥିଲେ ଜ୍ୟୋତିଷ। ଜ୍ୟାକି ଶ୍ରଫ୍ ମୁମ୍ବାଇ ତିନ୍‌ବତ୍ତି ବସ୍ତିରେ ରହୁଥିଲେ। ତାଙ୍କୁ ସକାଳେ ଶୌଚ କରିବା ଲାଗି ଶୌଚାଳୟ ସାମ୍ନାରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା।

ଜ୍ୟାକି ଶ୍ରଫ୍‌ଙ୍କ ପ୍ରକୃତ ନାମ ହେଲା ଜୟକିଶନ୍ ଶ୍ରଫ୍। ଜ୍ୟାକି ଶ୍ରଫ୍‌ଙ୍କୁ ତାଙ୍କର ଜଣେ ସାଙ୍ଗ ଜ୍ୟାକି ନାମ ଦେଇଥିଲେ। ତାହା ତାଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଣୁ ସେ ନିଜର ସ୍କ୍ରିନ୍ ନେମ୍ ରଖିଥିଲେ ଜ୍ୟାକି ଶ୍ରଫ୍।

ଜ୍ୟାକି ଶ୍ରଫ୍‌ଙ୍କ ପିତା ହିଁ ପିଲାଦିନେ ତାଙ୍କର ଜାତକ ଦେଖି କହିଥିଲେ ଯେ ଜ୍ୟାକି ବଡ଼ ହେଲେ ଜଣେ ଅଭିନେତା ହେବେ।

ଜ୍ୟାକି ଶ୍ରଫ୍ ନିଜ ବାପାମାଆଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ। ବାପାମାଆଙ୍କ ବିୟୋଗ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ଥିଲା ବୋଲି ଜ୍ୟାକି ଶ୍ରଫ୍ କହିଥିଲେ।

ସୋ’ ମ୍ୟାନ୍‌ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ ରିଲିଜ୍ ହେବା ପରେ ମଧ୍ୟ ଜ୍ୟାକି ଶ୍ରଫ୍ ସେହି ବସ୍ତିରେ ହିଁ ରହୁଥିଲେ। ସେଠାକୁ ପ୍ରଯୋଜକମାନେ ମଧ୍ୟ ଆସୁଥିଲେ ନିଜ ନିଜ ସିନେମାରେ ନେବା ପାଇଁ। କିନ୍ତୁ ପରେ ଏହା ଅଡୁଆ ପରିସ୍ଥିତି ସୃଷ୍ଟି ହେଲା।

ଏହା ପରେ ଜ୍ୟାକି ଶ୍ରଫ୍ ବାଧ୍ୟ ହୋଇ ବସ୍ତି ଛାଡ଼ିଲେ। ସେ ଅନ୍ୟତ୍ର ଚାଲି ଯାଇଥିଲେ। କିନ୍ତୁ ପ୍ରତି ସପ୍ତାହରେ ନିଜର ପ୍ରିୟ ଜନ୍ମମାଟି ସେହି ତିନ୍‌ବତ୍ତି ବସ୍ତିକୁ ବୁଲିବାକୁ ଆସୁଥିଲେ। ଆଜି ବି ସେ ସମୟ ପାଇଲେ ସେଠାକୁ ଯାଆନ୍ତି ଜ୍ୟାକି ଶ୍ରଫ୍।

ତାଙ୍କର ପିଲାଦିନ ଅତି ଆର୍ଥିକ ସମସ୍ୟା ଭିତରେ କଟିଥିଲା। ତାଙ୍କ ପାଖରେ ପଇସା ନଥିଲା। ଏଣୁ ଜ୍ୟାକି ଶ୍ରଫ୍ ପ୍ରତି ମିଟର ତିନି ଟଙ୍କାରେ କପଡ଼ା କିଣି ପ୍ୟାଣ୍ଟ୍ ବନାଉଥିଲେ ଓ ମାଆଙ୍କ ପୁରୁଣା ଶାଢ଼ିରୁ ସାର୍ଟ ସିଲେଇ କରାଇ ପିନ୍ଧୁଥିଲେ। ଏହି ଡ୍ରେସ୍ ଷ୍ଟାଇଲ୍ ଏକଦମ୍ ନିଆରା ଥିଲା।

ଜ୍ୟାକିଶ୍ରଫ୍ ମଡେଲିଂରେ ପାଦ ଦେବା ବେଳେ ଭଲ ରୋଜଗାର କରିପାରୁନଥିଲେ। ଅନେକ ତାଙ୍କର ସରଳତାର ଫାଇଦା ଉଠାଇଥିଲେ। ଭାଗ୍ୟ ତାଙ୍କର ସାଥ୍ ଦେଲା ଓ ଜ୍ୟାକି ଶ୍ରଫ୍ ବନିଲେ ଟପ୍ ଷ୍ଟାର୍।

Comment