ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗ
  • ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର
  • ଜଷ୍ଟିସ୍ ରଘୁବୀର ଦାଶ କମିଶନର ଅଧ୍ୟକ୍ଷ
  • ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଦାଶ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କମିଶନ ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶ ଏହି କମିଶନର ଅଧ୍ୟକ୍ଷ ରହିବେ।

ଏହି କମିଶନ ୩ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଚାବି ହଜିଛି ଓ କାହିଁକି ଚାବି ମିଳୁନି ତାର ତଦନ୍ତ କରିବ ଏହି କମିଶନ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ନେଇ ସ୍ପଷ୍ଟ ହେବାପରେ ରାଜ୍ୟ ସରକାର ସୋମବାର ଦିନ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Comment