ଓଡ଼ିଶାଲାଇଭ୍ ବ୍ୟୁରେ

ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ବୈଜୟନ୍ତ। ବାଚସ୍ପତିଙ୍କୁ ଭେଟି ନପାରିବାରୁ ସେ ଇସ୍ତଫାପତ୍ର ପଠାଇଦେଇଥିବା ବୈଜୟନ୍ତ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି।

ବାପା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ବୈଜୟନ୍ତ ଘୋଷଣା କରିଥିଲେ। ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ କରିବା ପାଇଁ ବିଜେଡି ସଭାପତି ନବୀନ କିମ୍ବା ଦଳର ଅନ୍ୟ କୌଣସି ନେତା ନଯିବାରୁ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ।

ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିଥିଲା। ତାଙ୍କ ନିର୍ବାଚନମଣ୍ଡଳୀରୁ ବିଜେଡି ନେତା ଓ କର୍ମୀମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବୈଜୟନ୍ତଙ୍କ ବିରୋଧରେ ଫେରାଦ ହୋଇଥିଲେ। ଫଳରେ ନବୀନ କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟବେକ୍ଷକଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ନବୀନ ତାଙ୍କୁ ନିଲମ୍ବନ କରିଥିଲେ।

Comment