ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କହୋ ନା ପ୍ୟାର୍ହେଗଦ୍ଦର – ଏକ ପ୍ରେମ୍ କଥାଭଳି ବ୍ଲକବଷ୍ଟର ସିନେମାର ନାୟିକା ଅମିଷା ଅଭିନୟ ଅପେକ୍ଷା ଆଫେଆର୍ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି

ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍ ହେ’ରୁ ଓହରି ଯାଇଥିଲେ କରିନା କପୁର। ତା’ପରେ ସେହି ଭୂମିକାଟି ମିଳିଥିଲା ଅମିଷା ପଟେଲଙ୍କୁ। ଅମିଷା ତାଙ୍କ ଅଭିନୀତ ପ୍ରଥମ ସିନେମା ‘କହୋ ନା ପ୍ୟାର୍ ହେ’ରେ ଷ୍ଟାର୍ ବନିଗଲେ।

ଅମିଷା ପଟେଲଙ୍କର ଦ୍ୱିତୀୟ ସିନେମା ଥିଲା ‘ଗଦ୍ଦର –ଏକ ପ୍ରେମ କଥା’। ଏହା ମଧ୍ୟ ବ୍ଲକବଷ୍ଟର ହୋଇଥିଲା। ଏହାପରେ ତାଙ୍କର ସିନେମାଗୁଡ଼ିକ ଲଗାତାର ଫ୍ଲପ୍ ହେବାରେ ଲାଗିଥିଲା। ସେହି ସମୟରେ ଜଣାଶୁଣା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲ ‘ଆପ୍ ମୁଝେ ଅଚ୍ଛେ ଲଗ୍‌ନେ ଲଗେ’ରେ କାମ କରିଲେ। ସେହି ଫିଲ୍ମର ସୁଟିଂ ସେଟରେ ହିଁ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲଙ୍କର ଆଫେଆର୍ ଚର୍ଚ୍ଚାର ବିଷୟ ହେଲା।

ବିକ୍ରମ ଭଟ୍ଟ ଥିଲେ ବିବାହିତ ଓ ଅମିଷାଙ୍କଠାରୁ ବୟସରେ ଆଠ ବର୍ଷ ବଡ଼। ସେହି ସମୟରେ ଚର୍ଚ୍ଚା ହୋଇଥିଲା ଯେ ବିକ୍ରମ ଓ ଅମିଷା ବାହା ହେବେ। ଉଭୟଙ୍କର ପ୍ରେମସମ୍ପର୍କ ପ୍ରାୟ ପାଞ୍ଚବର୍ଷ ଧରି ରହିଥିଲା। କିନ୍ତୁ ତା’ ପରେ ଦୁହେଁ ପରସ୍ପରଠୁଁ ଦୂରେଇ ଯାଇଥିଲେ। ଆହୁରି ମଧ୍ୟ କୁହାଯାଏ ବିକ୍ରମ ଭଟ୍ଟଙ୍କ ସହ ଆଫେଆର୍ ଚକ୍‌କରରେ ପଡ଼ି ଅମିଷା ପଟେଲ୍ ତାଙ୍କର କ୍ୟାରିଅର୍‌କୁ ବରବାଦ୍ କରିଥିଲେ।

ଏହାପରେ ଅମିଷା ପଟେଲଙ୍କର ଭେଟ ହୁଏ ଆଉ ଜଣେ ବ୍ୟକ୍ତିଙ୍କ ସହ। ସେ ହେଲେ ବ୍ୟବସାୟୀ ଜ୍ଞାନବ ପୁରୀ। ୨୦୦୮ରେ ଉଭୟଙ୍କ ଡେଟିଂକୁ ନେଇ ବଲିଉଡରେ ହଲଚଲ୍ ମଚିଥିଲା। କିନ୍ତୁ ଦୁହିଁଙ୍କର ଦୁଇବର୍ଷର ସମ୍ପର୍କ ହଠାତ୍ ବିଚ୍ଛେଦରେ ପରିଣତ ହେଲା। ଅମିଷା ନିଜର କ୍ୟାରିଅରକୁ ଆଖିଆଗରେ ରଖି ଏଭଳି କହିଥିଲେ ବୋଲି ଟ୍ୱିଟରରେ ସୂଚନା ଦେଇଥିଲେ।

ଅମିଷାଙ୍କର ପ୍ରେମ କାହାଣୀ ଏଇଠି ସରିଲା ନାହିଁ। ଏହାପରେ ଜଣାଶୁଣା ଭାରତୀୟ ବ୍ୟବସାୟୀ ନେସ୍ ୱାଡିଆଙ୍କ ସହିତ ପ୍ରେମ ସମ୍ପର୍କ ରଖିଲେ ଅମିଷା ପଟେଲ। ନେସ୍ ଓ ଅମିଷାଙ୍କ୍ର ପ୍ରଥମ ଭେଟ ଏକ ଜିମ୍‌ରେ ହୋଇଥିଲା। ଉଭୟେ ସେଠାରେ ନିଜ ନିଜର ମୋବାଇଲ୍ ନମ୍ବର ଏକ୍ସଚେଞ୍ଜ୍ କରିଥିଲେ। ତା’ପରେ ଦୁହେଁ ପରସ୍ପରକୁ ଡେଟ୍ କରିଥିଲେ। ସେହି ସମୟରେ ନେସ ୱାଡିଆ ଅମିଷାଙ୍କୁ ଦାମୀ ଦାମୀ ଉପହାରମାନ ଦେଉଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏ ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ନ ଥିଲା।

ଅମିଷାଙ୍କ ଲଭ୍ ଲାଇଫ୍‌ରେ ଆଉ ଜଣକ ନାମ ବି ଆସିଲା। ଏହି ବ୍ୟକ୍ତିଜଣକ ହେଲେ କୁନାଲ୍ ଗୁମର୍। ସେ ଜଣେ ପ୍ରଯୋଜକ ଏବଂ ତାଙ୍କର ବିଜନେସ୍ ପାର୍ଟନର।

ଅମିଷା ପଟେଲ ଓ କୁନାଲଙ୍କ ପ୍ରେମସମ୍ପର୍କ ସମସ୍ତ ସୀମା ଟପି ଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା। କୁହାଗଲା ଯେ ଅମିଷା ପ୍ରେମିକ କୁନାଲ୍ ଓ ତାଙ୍କ ପତ୍ନୀ ଶାମ୍‌ଲିଙ୍କ ସହିତ ଗୋଟିଏ ଛାତ ତଳେ ରହୁଥିଲେ। ଏହାକୁ ନେଇ ଶାମଲିଙ୍କର କିଛି ଆପତ୍ତି ନଥିଲା।

ଅମିଷାଙ୍କର ଆଫେଆର୍‌ର ଚର୍ଚ୍ଚା ଥମିନଥିବା ବେଳେ ଆଜି ଯାଏଁ ସେ ସିଙ୍ଗଲ୍ ରହିଛନ୍ତି।

ଏହା ଭିତରେ ସେ ନିଜ ବାପାଙ୍କ ବିରୁଦ୍ଧରେ ୧୨ କୋଟି ଟଙ୍କାର ହେରଫେର୍ ଅଭିଯୋଗ ଆଣି ବିବାଦରେ ଫସିଥିଲେ। ଖାଲି ସେତିକି ନୁହେଁ, ସବୁବେଳେ ଆଫେଆର୍ ହେତୁ ଘରକୁ ବିଳମ୍ବିତ ରାତ୍ରିରେ ନିଶାସକ୍ତ ଅବସ୍ଥାରେ ଫେରୁଥିଲେ ଅମିଷା। ଏଥିରେ କ୍ଷୁବ୍ଧ ହୋଇ ତାଙ୍କ ବାପା-ମା’ ଅମିଷାଙ୍କୁ ଘରୁ ତଡ଼ି ଦେଇଥିବାର ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଥିଲା।

Comment