ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ପୋଲିସ ନୂଆ ତଥ୍ୟ ଦେଇଛି। ତିନି ଜଣ ଆତଙ୍କବାଦୀ ବାଇକରେ ଆସି ୧୫ଟି ଗୁଳି ମାରିଥିବା ପୋଲିସ କହିଛି।

ଜମ୍ମୁ-କାଶ୍ମୀରର ଜଣାଶୁଣା ସାମ୍ବାଦିକ ତଥା ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ପୋଲିସ ନୂଆ ଖୁଲାସା କରିଛି। ତିନି ଜଣ ଆତଙ୍କବାଦୀ ବାଇକରେ ଆସି ବୁଖାରୀଙ୍କୁ ୧୫ ରାଉଣ୍ଡ ଗୁଳି ମାରି ଚମ୍ପଟ ମାରିଥିବା ପୋଲିସ କହିଛି।

ଗୁଳି ମାରିଥିବା ଆତଙ୍କବାଦୀଙ୍କୁ ସିସିଟିଭି ଫୁଟେଜରୁ ପୋଲିସ ଚିହ୍ନଟ କରିଛି। ସେମାନେ ହେଲେ ଲସ୍କର ଆତଙ୍କବାଦୀ ସଙ୍ଗଠନର ଅବୁ ଉସ୍‌ମା, ନବୀଦ ଜଟ୍ ଏବଂ ମେହରାଜୁଦ୍ଦିନ ବଙ୍ଗାରୁ।

ଗୁଳିକାଣ୍ଡ ପୂର୍ବରୁ ନବୀନ ଜଟ୍ କାଶ୍ମୀର ହସ୍ପିଟାଲରୁ ଫେରାର ହୋଇଯାଇଥିଲା। ନବୀନ ବାଇକ୍ ମଝିରେ ବସିଥିବା ପୋଲିସ କହିଛି।

ସୁଜାତ ବୁଖାରୀଙ୍କ ହତ୍ୟାକାଣ୍ଡକୁ ଲସ୍କର ସଙ୍ଗଠନ ନିନ୍ଦା କରିଛି। କିନ୍ତୁ ପୋଲିସର କହିବା ଅନୁଯାୟୀ ଏହା ହେଉଛି ଆତଙ୍କବାଦୀ ସଙ୍ଗଠନର ଏକ ଚାଲ୍।

ଗୁରୁବାର ସନ୍ଧ୍ୟାରେ ସୁଜାତ ବୁଖରୀ ଅଫିସରୁ ବାହାରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ସଜାତ ନିହତ ହୋଇଥିବା ବେଳେ ତାଙ୍କର ଜଣେ ପିଏସ୍‌ଓ ମଧ୍ୟ ପ୍ରାଣ ହରାଇଥିଲେ। ଆଉ ଜଣେ ପିଏସ୍‌ଓ ଗୁରୁତର ଆହତ ହୋଇଥିଲେ।

Comment