ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୂରତା ଦେଖାଦେଇଛି। ଇଦ୍‌ ଉପଲକ୍ଷେ ଚଳିତବର୍ଷ ଅଟାରି ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଅଦଳବଦଳ ହୋଇନାହିଁ।

ପାକସ୍ତାନୀ ସେନା ଦ୍ୱାରା ବହୁବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସୀମାନ୍ତରେ ଉତ୍ତେଜନା ଲାଗିରହିଛି। ଏହି କାରଣରୁ ଏଥର ଇଦ୍‌ରେ ଓ୍ଵାଘା ସୀମାନ୍ତରେ ସୀମା ସୁରକ୍ଷା ବଳ ଏବଂ ପାକିସ୍ତାନୀ ରେଞ୍ଜର୍‌ଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇନାହିଁ।

ପୂର୍ବରୁ ଇଦ୍‌ ଓ ଦିପାବଳୀ ଭଳି ବିଶେଷ ଦିନରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ପୂରୁଣା ପରମ୍ପରା ଥିବାବେଳେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

ପାକିସ୍ତାନୀ ରେଞ୍ଜର୍ସ ମିଠା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ସୁଦ୍ଧା ବିଏସ୍‌ଏଫ୍‌ ଏହାକୁ ଗ୍ରହଣ କରିବାକୁ ରାଜି ନ ଥିଲେ।

ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତକୁ ଚିନ୍ତାରେ ପକାଇଛି। ଜମ୍ମୁ-କଶ୍ମୀରର ନୌସେନା ସେକ୍ଟର ଅନ୍ତର୍ଗତ ଲାମ୍‌ ଗ୍ରାମରେ ଇଦ୍‌-ଉଲ୍‌-ଫିତର ପାଳନ ଚାଲିଥିବାବେଳେ ସୀମା ସେପଟୁ ଗୁଳିମାଡ କରାଯିବା ସହ ପଥର ମାଡ ହୋଇଥିଲା। ଏଲ୍‌ଓସିରେ ଥିବା ଏକ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନୀମାନେ ମୋର୍ଟାର ମାଡ କରିଥିଲେ। ଏହାଫଳରେ ଜଣେ ବିକାଶ ଗୁରୁଙ୍ଗ ନାମକ ଜଣେ ଯବାନଙ୍କ ଦେହରେ ପଥର ବାଜି ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Comment