ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଅରବିନ୍ଦ ସୁବ୍ରମଣ୍ୟମ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜେଟଲୀ ପ୍ରକାଶ କରିଛନ୍ତି।

“ଗତ କିଛିଦିନ ତଳେ ଅରବିନ୍ଦ ସୁବ୍ରମଣ୍ୟମ ଭିଡିଓ କନଫରେନ୍ସି ଜରିଆରେ ମୋ ସହ କଥା ହୋଇଥିଲେ। ପାରିବାରିକ କାମରେ ସେ କିଛିଦିନ ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏଥିପାଇଁ ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି”, କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ଅରବିନ୍ଦ ସୁବ୍ରମଣ୍ୟମ ୨୦୧୪ ୧୬ ଅକ୍ଟୋବରରୁ ନରେନ୍ଦ୍ର ମୋଦି ସରକାରଙ୍କ ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଅର୍ଥମନ୍ତ୍ରୀ ତାଙ୍କୁ ଆଗକୁ ମଧ୍ୟ ଏହି ପଦରେ ରଖିବାକୁ ଚାହୁଁଥିଲେ। କିନ୍ତୁ ପାରିବାରିକ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Comment