ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ଓ ସରକାରୀ ସହଭାଗିତାରେ ରାଜ୍ୟର ୨୦ଟି ସହରରେ ୨୦ଟି ନୂଆ ହସ୍ପିଟାଲ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ୨୦ଟି ସହରରେ ଘରୋଇ ଓ ସରକାରୀ ସହଭାଗିତାରେ ୨୦ଟି ନୂଆ ହସ୍ପିଟାଲ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ଅଧିକ ୨୭୦୦ ଶଯ୍ୟା ରୋଗୀମାନଙ୍କ ପାଇଁ ଉପଲବ୍ଧ ହେବା ସହିତ ୧୦ହଜାର ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ଏଥିପାଇଁ ୧୦୦୦ କୋଟି ଟଙ୍କା ବିନିଯୋଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ ସରକାରଙ୍କ ଆଫୋର୍ଡେବ୍ଲ ହେଲଥ କେୟାର ପୋଜେକ୍ଟରେଏହି ଡାକ୍ତରଖାନା ଗୁଡ଼ିକ ଖୋଲାଯିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପୁଞ୍ଜି ବିନିଯୋଗ ନୀତି-୨୦୧୬ ଅନୁଯାୟୀ ରାଜ୍ୟର ୧୧ଟି ଉଚ୍ଚ ପ୍ରାଥମିକତା ଥିବା ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି।

ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଓ ସରକାରୀ ଭାଗିତାରେ କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ ପୁଞ୍ଜି ବିନିଯୋଗ ହେବ। ଏହି ଉଚ୍ଚାଭିଳାଷୀ ଯୋଜନାରେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ସୁଚନା ମିଳିଛି।

କେଉଁ କେଉଁ ଜିଲ୍ଲାରେ ହେବ ହସ୍ପିଟାଲ

ଏହି ୨୦ଟି ଡାକ୍ତରଖାନା ରାଜ୍ୟର ପୁରୀ, ଜୟପୁର, ଅନୁଗୁଳ, ବଡବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡା, ମାଲକାନଗିରୀ, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ନିର୍ମାଣ ହେବ।

କେମିତି ରହିବ ହସ୍ପିଟାଲର ରୂପରେଖ

ନୂଆ ଷ୍ପୋକ୍ ମଡେଲ ହସ୍ପିଟାଲରେ ଶଲ୍ୟ, ଭେଷଜ, ସ୍ତ୍ରୀ ରୋଗ, ଚକ୍ଷୁ, ଶିଶୁ ରୋଗ, ନିଶ୍ଛେତକ, ଗଳା, ଦନ୍ତ ଅସ୍ଥିଶଲ୍ୟ ଭଳି ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସା ହେବାସହ ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ଖୋଲାଯିବ। ତାହାଛଡ଼ା ଏହି ହସ୍ପିଟାଲରେ ସମସ୍ତ ରୋଗର ଚିକିତ୍ସା ହେବା ସହ ହୃଦରୋଗ ଏବଂ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

ହସ୍ପିଟାଲରେ ୨୭୦ ଶଯ୍ୟା ଉପଲବ୍ଧ ହେବ। ଯାହାଦ୍ୱାରା ହସ୍ପିଟାଲରେ ଶଯ୍ୟା ଜନିତ ଅଭାବ ୫୬ ପ୍ରତିଶତ ପୂରଣ ହୋଇପାରିବ। ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ସହ ୧୦ ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମୁଖ୍ୟତଃ ପାରା-ମେଡିକାଲ କ୍ଷେତ୍ରରେ ଏହି ସବୁ ନିଯୁକ୍ତି ଗୁଡିକ ଅଧିକ ସଂଖ୍ୟାରେ ସୃଷ୍ଟି ହେବ ଏବଂ ମହିଳାମାନେ ବିଶେଷ ଭାବେ ଉପକୃତ ହେବେ।

Comment