ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବୀନଙ୍କୁ ଜାତୀୟ ଲ’ କମିଶନଙ୍କ ଚିଠି
  • ଏକାସାଙ୍ଗେ ନିର୍ବାଚନ ପ୍ରସଙ୍ଗରେ ମତ ରଖିବାକୁ ଚିଠି
  • ଜୁଲାଇ ୭-୮ରେ ଦିଲ୍ଲୀରେ ସମ୍ମିଳନୀ
  • ଚିଠି ପାଇବା ପରେ ନବୀନ ମାରିଲେ ହଁ

ସାରା ଦେଶରେ ଏକାସାଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଜୋର୍ ଦେଇଥିଲେ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ସବୁ ରାଜନୀତିକ ଦଳର ମତାମତ ନିଆଯାଇଥିଲା।

ତେବେ ଅନ୍ୟ ରାଜନୀତିକ ଦଳ ଏକକ ନିର୍ବାଚନ ପ୍ରସଙ୍ଗରେ କିଛି ମତ ଦେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଖୋଲାଖୋଲି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରସ୍ତାବରେ ହଁ ମାରିଛନ୍ତି ନବୀନ।

ଦେଶରେ ଏକାସାଙ୍ଗେ ନିର୍ବାଚନ ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଥିଲେ ଜାତୀୟ ଲ’ କମିଶନ। ଏଥିପାଇଁ ନୂଆଦିଲ୍ଲୀର ଲ’ କନଫରେନ୍ସ ହଲ୍‌ରେ ଜୁଲାଇ ୭ ଓ ୮ ତାରିଖରେ ବୈଠକ ବସୁଛି। ଏହି ବୈଠକରେ ଯୋଗଦେଇ ନିଜର ମତ ରଖିବା ପାଇଁ ଲ’ କମିଶନ ଚିଠିରେ ଦର୍ଶାଇଥିଲେ। ହେଲେ ଚିଠି ପାଉ ପାଉ ନବୀନ ଏହି ପ୍ରସ୍ତାବରେ ହଁ ମାରିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ। ବର୍ଷସାରା ନିର୍ବାଚନ ହେଲେ ଲୋକଙ୍କ କାମରେ ବ୍ୟା ଘାତ ହେଉଛି। ତେଣୁ ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌କୁ ଆମେ ସମର୍ଥନ କରୁଛୁ।”

Comment