ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ମିଡିଆ ସଂଯୋଜକ ଭାବେ ଦୁଇ ଜଣଙ୍କୁ ନିଯୁକ୍ତ କରିଛନ୍ତି। ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ମିଡିଆ ସଂଯୋଜକ ଏବଂ ମିଡିଆ ପ୍ୟାନେଲିଷ୍ଟ ମାନସ ମଙ୍ଗରାଜଙ୍କୁ ପ୍ରିଣ୍ଟ ମିଡିଆ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି।

ସସ୍ମିତ ପାତ୍ର ମୁଖପାତ୍ର ଭାବେ ଗଣମାଧ୍ୟମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ମତ ରଖୁଥିଲେ। ମାନସ ମଙ୍ଗରାଜ ଏପ୍ରିଲ ୮ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ।

୨୦୦୯ରେ ମାନସ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ।

Comment