ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରଙ୍ଗଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଆଗାମୀ ପୀଢ଼ିଙ୍କୁ ଆଖିରେ ରଖି ଭାରତ ସରକାର ଏପରି ଏକ ଅତ୍ୟାଧୁନିକ ଇନଷ୍ଟିଚ୍ୟୁଟ ଓଡ଼ିଶାରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଇନଷ୍ଟିଚ୍ୟୁଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରାଯାଇ ସେମାନଙ୍କୁ ରୋଜଗାରକ୍ଷମ କରାଯିବ। ଓଡ଼ିଶାରେ ଖଣିଜ ଏବଂ ଜଳସମ୍ପଦ ଭରପୂରମାତ୍ରାରେ ରହିଛି। ଏହାର ସୁବିନିଯୋଗ କରାଯିବା ଉଚିତ୍।”

ଏହି ଇନଷ୍ଟିଚ୍ୟୁଟରେ ଉନ୍ନତାମନର ହଷ୍ଟେଲ୍ ଏବଂ ଲାଇବ୍ରେରୀ ରହିବ। ଏହାସହ ଯେଉଁ ଶିକ୍ଷକମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ପାଠ ପଢ଼ାଉଛନ୍ତି ସେମାନଙ୍କୁ ତାଲିମ୍ ଦିଆଯିବ।

ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ ପାଇଁ ୧୬୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହା ପ୍ରାୟ ୫ ଏକର ଜାଗାରେ ନିର୍ମାଣ ହେବ।

Comment