ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡର ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୮ ମାଓବାଦୀ ନିହତ ହୋଇଛନ୍ତି।

ଛତିଶଗଡ଼ର ଦାନ୍ତେଓ୍ୱାଡା ଓ ବିଜାପୁର ମଝିରେ ଥିବା ତିମିନାର ପାହାଡ଼ରେ ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୮ଜଣ ମାଓବାଦୀ ନିହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟି ଇନ୍‌ସାସ ରାଇଫଲ, ୨ଟି ୩୦୩ ରାଇଫଲ, ଗୋଟିଏ ୧୨ ବୋର ରାଇଫଲ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

“ଦାନ୍ତେଓ୍ୱାଡା ପୋଲିସର ଡିଆର୍‌ଜି ଓ ଏସ୍‌ଟିଏଫ୍‌ ଯବାନଙ୍କ ମିଳିତ ଅପରେଶନର ସଫଳତା। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଛି”, କହିଛନ୍ତି ଦାନ୍ତେଓ୍ୱାଡା ଏସ୍‌ପି କମଳ ଲୋଚନ କଶ୍ୟପ।

Comment