ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଣବୀର ସିଂହ ଅନେକ ସମୟରେ ନିଜର ଆଫେଆର୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆସନ୍ତୁ ନଜର ପକାଇବା କେଉଁମାନଙ୍କ ସହିତ ରଣବୀରଙ୍କ ଆଫେଆର୍ ବେଶ୍‍ ଚର୍ଚ୍ଚିତ ହୋ‍ଇଥିଲା…

ଆହନା ଦେଓଲ୍

ସ୍ୱପ୍ନ ସୁନ୍ଦରୀ ହେମା ମାଳିନୀଙ୍କ କନ୍ୟା ଆହନା ଦେଓଲ୍ ଓ ରଣବୀର ସିଂହ ଏକା କଲେଜରେ ପାଠ ପଢ଼ୁଥିଲେ। ଦୁହେଁ ସେ ସମୟରେ ପରସ୍ପରକୁ ଡେଟ୍ କରୁଥିଲେ ବୋଲି ଚର୍ଚ୍ଚା ହୁଏ। ଏ କଥାକୁ ପ୍ରେମ ବୋଲି ସ୍ୱୀକାର କରନ୍ତି ନାହିଁ ରଣବୀର।

ଅନୁଷ୍କା ଶର୍ମା

ବଲିଉଡର ଟପ୍ ନାୟିକା ଅନୁଷ୍କା ଶର୍ମାଙ୍କ ସହିତ ରଣବୀର ସିଂହଙ୍କର ଆଫେଆର୍ ଥିଲା ବୋଲି ଚର୍ଚ୍ଚା ହୁଏ। ଏ ଦୁହେଁ ‘ବ୍ୟାଣ୍ଡ୍ ବାଜ୍ ବାରାତ୍’ ସିନେମାରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ। ସେହି ସମୟରେ ରଣବୀର ଓ ଅନୁଷ୍କା ପରସ୍ପର ସହିତ ପ୍ରେମରେ ପଡ଼ିଥିଲେ। ସେମାନଙ୍କ ଆଫେଆର୍ ପାଇଁ ଦୁଇ ବର୍ଷ ଯାଏଁ ଚାଲିଥିଲା। ତା’ପରେ ବ୍ରେକ୍ ଅପ୍ ହୋଇଥିଲା।

ସୋନାକ୍ଷୀ ସିହ୍ନା

‘ଲୁଟେରା’ ସିନେମାରେ ଏକାଠି କାମ କରିବା ବେଳେ ସୋନାକ୍ଷୀ ସିହ୍ନାଙ୍କ ସହିତ ରଣବୀର ସିଂହଙ୍କ ନାଆଁ ଯୋଡ଼ା ଯାଇଥିଲା। କିନ୍ତୁ ଏକଥାକୁ ଉଭୟଙ୍କ ଭିତରୁ କେହି ବି ସ୍ୱୀକାର କରି ନଥିଲେ।

ଦୀପିକା ପାଦୁକୋନ୍

ବଲିଉଡର ପପୁଲାର ହିରୋ‍ଇନ ଦୀପିକା ପାଦୁକୋନଙ୍କ ସହ ରଣବୀରଙ୍କର ଆଫେଆର୍ ପ୍ରାୟ ଚାରିବର୍ଷ ହେବ ଚର୍ଚ୍ଚାର ବିଷୟ ହୋଇରହିଛି। ଏ ଦୁହେଁ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ରାମଲୀଲା’ରେ କାମ କରୁଥିବା ବେଳେ ଡେଟ୍ କରିଥିଲେ ଓ ସେମାନଙ୍କ ପ୍ରେମସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ରଣବୀର ଓ ଦୀପିକା ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି। ଇତିମଧ୍ୟରେ ଉଭୟ ପରିବାର ପକ୍ଷରୁ ଏହାକୁ ସବୁଜ ସଙ୍କେତ ମିଳିସାରିଛି।

ରଣବୀର ସିଂହଙ୍କ ସଂଘର୍ଷ

ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହ ପ୍ରଖ୍ୟାତ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବ୍ୟାଣ୍ଡ୍‌ ବାଜା ବାରାତ୍’ ଜରିଆରେ ପରଦାକୁ ଆସିଥିଲେ। ହେଲେ ରଣବୀରଙ୍କ ସଂଘର୍ଷ ବିଷୟରେ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ। ରଣବୀର ସିଂହ ଆମେରିକାରେ ମାସ୍ କମ୍ୟୁନିକେସନରେ ଡିଜ ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି ନେବା ପାଇଁ ପ୍ରାୟ ତିନିବର୍ଷ ଯାଏଁ ସଂଘର୍ଷ କରିଥିଲେ।

ପ୍ରଥମେ ରଣବୀର ସ୍କ୍ରିପ୍ଟ ରାଇଟର୍ ହେବାକୁ ଇଛା କରିଥିଲେ। କିନ୍ତୁ ସେ ପ୍ରଥମ କ୍ଲାସରେ ‘ଦିୱାର’ ଫିଲ୍ମର ସଂଳାପ କରିଥିଲେ। ଏହା ଶୁଣି ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ଏହା ପରେ ରଣବୀର ସିଂହ ‘ହିରୋ’ ହେବା ପାଇଁ ନିଷ୍ପତ୍ତି ନେଲେ।

ଆମେରିକାରୁ ଭାରତ ଫେରିବା ପରେ ପ୍ରଥମେ ରଣବୀର ସିଂହ ଏକ ବିଜ୍ଞାପନ ଏଜେନ୍ସିରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ତା’ପରେ ସେ ଥିଏଟରରେ ଯୋଗ ଦେଇଥିଲେ। ଏଠାରେ ବି ତାଙ୍କୁ ବ୍ୟାକ୍ ଷ୍ଟେଜରେ କାମ ମିଳିଲା। ରଣବୀର ଚାହୁଁଥିଲେ କି ତାଙ୍କୁ ମଞ୍ଚ ଉପରେ ଅଭିନୟ କରିବାର ସୁଯୋଗ ମିଳୁ। କିନ୍ତୁ ତାଙ୍କୁ ଚା’ ଆଣିବା, ରିହର୍ସାଲ୍ କରାଇବା ଭଳି କାମ ମିଳୁଥିଲା। ତା’ପରେ ସେ ଚଳଚ୍ଚିତ୍ର ଜଗତରେ କାମ ପାଇବା ପାଇଁ ସନ୍ଧାନ ଆରମ୍ଭ କରିଥିଲେ।

ରଣବୀର ନିଜର ଫଟୋ ପ୍ରୋଫାଇଲ୍ ଧରି ଅନେକ ପ୍ରଯୋଜକା ନିର୍ଦ୍ଦେଶଙ୍କ ଅଫିସକୁ ଯାଇଥିଲେ। ତାଙ୍କୁ ଅଧିକାଂଶ ଜାଗାରେ ମିଳିଥିଲା ନାସ୍ତିବାଣୀ। ଶେଷରେ ନିର୍ମାତା ଆଦିତ୍ୟ ଚୋପ୍ରା ରଣବୀରଙ୍କୁ ବ୍ରେକ୍ ଦେଇଥିଲେ।

Comment