ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଚର୍ଚ୍ଚିତ ଯୋଡି ଅଜୟ ଦେବଗନ୍ କାଜୋଲ୍ ପୁଣି ଏକାଠି ପରଦାରେ ନଜର ଆସିବେ ଆସନ୍ତୁ ଜାଣିବା, ଅତୀତରେ କେଉଁ ଫିଲ୍ମରେ ଏହି ଯୋଡି ନଜର ଆସିଛନ୍ତି ଆଗକୁ କେଉଁ ସିନେମାରେ ନଜର ଆସିବେ

ବଲିଉଡର ରିଲ୍ ଓ ରିଅଲ୍ କପଲ ଅଜୟ ଦେବଗନ୍ ଓ କାଜୋଲଙ୍କୁ ଦର୍ଶକମାନେ ଶେଷଥର ପାଇଁ ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟୁନପୁରକା ସୁପରହିରୋ’ରେ ଦେଖିବାକୁ ପାଇଥିଲେ।

୨୦୦୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବିଘ୍ନହର୍ତ୍ତା-ଶ୍ରୀ ସିଦ୍ଧି ବିନାୟକ’ରେ ବି ଏକାଠି କାମ କରିଥିଲେ ଅଜୟ ଦେବଗନ୍ ଏବଂ କାଜୋଲ୍।

୨୦୦୮ ମସିହାରେ ରିଲିଜ୍ ହୋଇଥିବା ଦୁଇଟି ସିନେମାରେ ଏକାଠି ନଜର ଆସିଥିଲେ ଅଜୟ ଓ କାଜୋଲ୍‌। ଏଥିମଧ୍ୟରୁ ଗୋଟିଏ ହେଲା ‘ହାଲ୍-ଏ-ଦିଲ୍’ ଓ ଅନ୍ୟଟି ହେଲା ‘ୟୁ ମି ଔର ହମ୍’।

୨୦୦୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରାଜୁ ଚାଚା’ରେ ବି ଅଜୟ ଦେବଗନ ଓ କାଜୋଲ୍ ଯୋଡିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସିନେମା। ୧୯୯୯ରେ ପରଦାକୁ ଆସିଥିଲା ପ୍ରକାଶ ଝାଙ୍କ ଫିଲ୍ମ ‘ଦିଲ୍ କ୍ୟା କରେ’। ଏଥିରେ ଅଜୟ-କାଜୋଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

୧୯୯୮ରେ ସୁପରହିଟ୍ ଫିଲ୍ମ ‘ପ୍ୟାର୍ ତୋ ହୋ ନା ହି ଥା’ରେ ଅଜୟ-କାଜୋଲଙ୍କ ଯୋଡି ଦର୍ଶକମାନଙ୍କୁ ବେଶ୍‍ ପସନ୍ଦ ଆସିଥିଲା। ତା’ ଆଗରୁ ଏହି ଯୋଡିଙ୍କର ମଜାଦାର କମେଡି ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇସ୍କ’ରେ। ଏହି ସିନେମା ୧୯୯୭ରେ ରିଲିଜ୍ ହୋଇଥିଲା।

୧୯୯୫ରେ ଅଜୟ ଦେବଗନ ଓ କାଜୋଲ୍ ଏକାଠି ନଜର ଆସିଥିଲେ ଦୁଇଟି ସିନେମାରେ। ଏଥିମଧ୍ୟରୁ ଗୋଟିଏ ହେଲା ‘ଗୁଣ୍ଡାରାଜ’ ଓ ଅନ୍ୟଟି ହେଳା ‘ହଲ୍‌ଚଲ’।

ବଲିଉଡର ରିଲ୍ ଓ ରିଅଲ୍ କପଲ୍ ହେଲେ ଅଜୟ ଦେବଗନ୍ ଓ କାଜୋଲ୍। ଏଦୁହେଁ ପୁଣି ଏକ ହିନ୍ଦୀ ସିନେମାରେ ଏକାଠି ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।

ଅଜୟ ଓ କାଜୋଲଙ୍କ ଯୋଡିକୁ ଦର୍ଶକମାନେ ‘ତାନାଜୀ- ଦ ଅନସଙ୍ଗ ୱାରିଅର୍’ ସିନେମାରେ ପୁଣିଥରେ ଏକାଠି ଦେଖିବାକୁ ପାଇବେ।

‘ତାନାଜୀ’ ହେଉଛନ୍ତି ଜଣେ ମରାଠୀ ଯୋଦ୍ଧା। ସେ ହେଉଛନ୍ତି ଛତ୍ରପତି ଶିବାଜୀଙ୍କର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ। ଏହା ହେଲା ଆଉ ଏକ ମରାଠୀ ବାୟୋପିକ୍। ପୂର୍ବରୁ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲି ମରାଠୀ ଯୋଦ୍ଧା ବାଜିରାଓଙ୍କ ଉପରେ ‘ବାଜିରାଓ ମସ୍ତାନୀ’ ସିନେମା ତିଆରି କରିଥିଲେ।

‘ତାନାଜୀ’ ସିନେମାର ପ୍ରଯୋଜନା ଭାୟାକମ୍ ୧୮ ମୋସନ୍ ପିକଚର୍ସ ସହିତ ଅଜୟ ଦେବଗନ ମିଳିତ ଭାବେ କରୁଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଓମ୍ ରାଉତ।

ସବୁଠାରୁ ବଡ କଥା ହେଲା ଯେ ‘ତାନାଜୀ’ରେ ଅଜୟଙ୍କ ପତ୍ନୀ କାଜୋଲ୍ ବି ଅଭିନୟ କରିବାକୁ ଯାଉଛନ୍ତି। ଅଜୟ ଦେବଗନ୍ ଏଥିରେ କାଜୋଲ୍‌କୁ ଅଭିନୟ କରିବା ଲାଗି ଅନୁରୋଧ କରିଥିଲେ, କିନ୍ତୁ ସେ ମନା କରି ଆସୁଥିଲେ। ହେଲେ ଶେଷରେ କାଜୋଲ୍ ରାଜି ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ସିନେମାରେ କାଜୋଲ୍ ତାନାଜୀଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।

Comment