ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ମୋଡ଼ ନେଲା କେନ୍ଦ୍ରାପଡ଼ା ରାଜକନିକା ମାଟିର ସହିଦ ବାସୁ ବିସୁନିଙ୍କ ସ୍ମୃତିସ୍ତମ୍ଭ ନିକଟରୁ ମାଟି ଉଠାଣ ବିବାଦ। ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ଅଭିଯୋଗ କରିଛି ଯେ ରାଜକନିକା ବାସୁ ବିସୁନି ସହିଦ ସ୍ମୃତି କମିଟି ମାଟି ବଦଳରେ ଅତ୍ୟଧିକ ଅର୍ଥ ଦାବି କଲା। ଫଳରେ ଅର୍ଥ ନଦେବାରୁ ସହିଦ ସ୍ତମ୍ଭ ନିକଟରେ ଆନ୍ଦୋଳନ ଚାଲିଲା। ମାଟି ଉଠାଣକୁ ବିରୋଧ କଲା କମିଟି।
ଅନ୍ୟ ପକ୍ଷରେ ରାଜ୍ୟ ସହିଦ ସ୍ମୃତି କମିଟିର ଶଭାପତି ଭବାନୀ ଶଙ୍କର ପଟ୍ଟନାୟକ ରାଜକନିକା ସହିଦ ସ୍ମୃତି କମିଟି ସହିତ ଆଲୋଚନା କରିଛନ୍ତି। ଆସନ୍ତା କାଲି ରାଜ୍ୟ ସହିଦ ସ୍ମୃତି କମିଟିର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିବ ଓ ଗରାପୁର ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା ସ୍ୱେଚ୍ଛାସେବୀ ଶ୍ରୀକାନ୍ତ ଓ ବାସୁ ବିସୁନି ସ୍ମୃତି କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରିବ।
ରାଜକନିକାର ବେବର୍ତ୍ତା ପୋଖରୀ ନିକଟରେ ରହିଥିବା ସହିଦ ବାସୁ ସେଠି ଓ ବିସୁନି ମଢୁଆଳଙ୍କ ସ୍ମୃତି ସ୍ତମ୍ଭ ନିକଟରୁ ମର୍ଯ୍ୟାଦାର ସହିତ ମାଟି ଉଠାଣର କାର୍ଯ୍ୟକ୍ରମ ପସ୍ତୁତ କରାଯିବ।


















