ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି।

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ। ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋଲ୍‌କାତାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ ସହାୟତାରେ ରଖାଯାଇଥିଲା। ସୋମବାର ଦିନ ସକାଳେ ତାଙ୍କ ପରଲୋକ ହୋଇଛି।

୮୯ ବର୍ଷିୟ ଚାଟାର୍ଜୀ ବୃକକଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚାଟାର୍ଜୀଙ୍କୁ ଗତ ୧୦ତାରିଖରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରବିବାର ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ସୂଚନା ମିଳିଥିଲା। ଏହି ବର୍ଷିୟାନ୍‌ ରାଜନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ୧୨ ଜଣିଆ ଡାକ୍ତରୀ ଦଳ ଦୃଷ୍ଟି ରଖିଥିଲେ। ଗତ ମାସରେ ଚାଟାର୍ଜୀ ହେମୋରେଜିକ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ।

ସୋମନାଥ ଚାଟାର୍ଜୀ ଭାରତୀୟ କମ୍ୟୁନିଷ୍ଟପାର୍ଟିର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଲୋକସଭାର ପୂର୍ବତନ ବାଚସ୍ପତି ଥିଲେ। ସେ ଚତୁର୍ଦ୍ଦଶ ଲୋକସଭାରେ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଥିଲେ।

୧୯୬୮ ମସିହାରେ ସେ ମାର୍କ୍ସବାଦୀ ସମାଜପାର୍ଟିରେ ଯୋଗ ଦେଇଥିଲେ। ୧୯୭୧ ମସିହାରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଚାଟାର୍ଜୀ ୧୦ ଥର ଲୋକସଭା ସାଂସଦ ହୋଇଥିଲେ ଓ ସିପିଆଇ (ଏମ୍‌)ର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ୧୯୬୮ ମସିହାରେ ସେ ରାଜନୀତି ଦୁନିଆରେ ପାଦ ଦେଇଥିଲେ।୨୦୦୪ ରୁ ୨୦୦୯ ଯାଏଁ ସେ ଲୋକସଭାରେ ବାଚସ୍ପତି ହୋଇଥିଲେ।

Comment