ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ୱର ତନିଷ୍କ ସୋ’ରୁମ ପାଇଁ ବିଭିନ୍ନ ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି। ଆଗ୍ରହୀ ପ୍ରାର୍ଥୀମାନେ ୨୩ ଅଗଷ୍ଟ ୨୦୧୮ ଦିନ ୧୧ଟାରୁ ୫ଟା ମଧ୍ୟରେ ବାଲେଶ୍ୱର ବାମପଦାସ୍ଥିତ ନୋସିପାର୍କରେ ଥିବା ନୋସି ରେସିଡେନ୍ସିରେ ୱାକ୍ ଇନ୍ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ତନିଷ୍କ ପକ୍ଷରୁ ଏହି ସୋ’ରୁମ ପାଇଁ ୬ଟି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି। ସେଗୁଡ଼ିକ ହେଲା:

ରିଟେଲ୍ ସେଲ୍ସ ଅଫିସର୍‌: ଏଥିପାଇଁ ଜୁଏଲାରି କିମ୍ବା ନନଜୁଏଲାରି ବିଭାଗରେ ରିଟେଲ୍‌ ସେଲ୍‌ସ କ୍ଷେତ୍ରରେ ପ୍ରାର୍ଥୀଙ୍କର ଅଭିଜ୍ଞତା ଥିବା ଆବଶ୍ୟକ। ତେବେ ଅଭିଜ୍ଞତା ନଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

କ୍ୟାରିଅର୍: ଶିକ୍ଷାଗତ ଯୋଗ୍ୟତା ବିକମ୍‌। ରିଟେଲ ବିଭାଗରେ ବିଲିଂ ବା କ୍ୟାସିଅରିଂ କ୍ଷେତ୍ରରେ ସର୍ବନିମ୍ନ ୨ରୁ ୩ ବର୍ଷର ଅଭିଜ୍ଞତା ଆବଶ୍ୟକ। ପ୍ରାର୍ଥୀଙ୍କର କମ୍ପ୍ୟୁଟର ପରିଚାଳନା ଦିଗରେ ଅନୁଭୂତି ଦରକାର।

ଏକଜିକ୍ୟୁଟିଭ୍ ବୁଟିକ୍କମର୍ସିଆଲ୍ ଅପରେସନ୍‌: ଶିକ୍ଷାଗତ ଯୋଗ୍ୟତା ବିକମ୍‌। କୌଣସି ବଡ଼ ରିଟେଲ ଷ୍ଟୋରରେ ୩ରୁ ୪ ବର୍ଷ ଷ୍ଟକ୍‌ ଏବଂ କ୍ୟାସ୍‌ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନୁଭୂତି ଥିବା ଆବଶ୍ୟକ।

ଗ୍ରିଟର: ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ। ୧-୨ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ଦିଆଯିବ।

ରିଟେଲ ସୋରୁମ ମ୍ୟାନେଜର: ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ସୋ’ରୁମ୍‌ ପରିଚାଳନା କ୍ଷେତ୍ରରେ ୭ରୁ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। କୌଣସି ସୋ’ରୁମ୍ ବା ରିଟେଲ ଆଉଟଲେଟ୍‌ର ସେଲ୍‌ସ ଏବଂ ସମ୍ପୂର୍ଣ୍ଣ ପରିଚାଳନା ସମ୍ପର୍କରେ ଅନୁଭୂତି ଦରକାର।

ଜୁଏଲାରି କାରିଗର: ଜୁଏଲାରି କାରିଗର କ୍ଷେତ୍ରରେ କୌଣସି ଅଳଙ୍କାର ଦୋକାନରେ ପ୍ରାର୍ଥୀଙ୍କର ୫ରୁ ୬ ବର୍ଷ ଅନୁଭୂତି ଥିବା ଆବଶ୍ୟକ।

ଅଧିକ ସୂଚନା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ମୋବାଇଲ୍ ନମ୍ବର ୮୭୬୩୦୭୮୭୭୭ କିମ୍ବା careers@takshgroup.com ମାଧ୍ୟମରେ ଯୋଗାଯୋଗ କରିପାରିବେ।

Comment