ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କିଛିଦିନର ନିରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟ ଉପରେ ପୁଣି ଖୋଳତାଡ଼ ଆାରମ୍ଭ ହୋଇଛି। ଟିଟୋ ଲିଙ୍କ୍ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସହରର ମହିପାଳ ଗାଁର ସରୋଜ ପତିଙ୍କୁ ହେପାଜତକୁ ନେଇଥିବା ଏସଟିଏଫ୍ ଆଜି ରାଜନଗର ଜେଏମଏଫ୍ସିଙ୍କ କୋର୍ଟରେ ହାଜର କରିଛି। ଏହାସହ ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳର ବଟକୃଷ୍ଣ ପାଣିକୁ ମଧ୍ୟ ଏସଟିଏଫ୍ ଏହି କୋର୍ଟରେ ହାଜର କରିଛି।

ସରୋଜ ପତି ଜଣେ କମ୍ପ୍ୟୁଟର ଟେକନିସିଆନ ହୋଇଥିବାରୁ ଟିଟୋ ଘରେ ସିସି ଟିଭି ଲଗାଇବା ସହିତ ଟିଟୋ ଘରେ ସବୁ କମ୍ପ୍ୟୁଟର ଲଗାଇ ଥିଲେ। ଏସଟିଏଫ ସରୋଜକୁ ଟେଣ୍ଡର ଫିକ୍ସିଂ, ଦାଦାବଟି ସଂଗ୍ରହ ଓ ହତ୍ୟାକାଣ୍ଡ ଘଟଣାରେ ଛନ୍ଦି ଥିବା ବେଳେ ବଟୁ ପାଣିକୁ ବେଆଇନ୍ ଗୋରୁ ଓ ଗୋରୁ ଚମଡା ଚାଲାଣ ଅଭିଯୋଗରେ ଗିରଫ କରିଛି।

ବଟୁ ପାଣି ନିକଟରୁ ଏକ ପିସ୍ତଲ ମଧ୍ୟ ଜବତ କରକିଥିଲା ଏସଟିଏଫ୍। ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ୩୮୭, ୫୦୬, ୫୦୭, ୧୨୦ ବି ଏବଂ ବେଆଇନ ଅସ୍ତ୍ରସସ୍ତ୍ର ରଖିବା ଅପରାଧ ୨୫ ଓ ୨୭ରେ ମାମଲା ରୁଜୁ କରିଛି। ଆଜି ଏହି ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗିୟ ହାଜତକୁ ପଠାଇ ଦିଆଯାଇଛି।

Comment