ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ନବରଙ୍ଗପୁରର ପ୍ରମୁଖ ନଦୀ ଇନ୍ଦ୍ରାବତୀରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ଉମରକୋଟରୁ ବିଶାଳ ଶୋଭାଯାତ୍ରାରେ ନବରଙ୍ଗପୁର ଆସିଥିଲା। ଡାବୁଗାଁ ଓ ପାପଡ଼ାହାଣ୍ଡି ପରିକ୍ରମା କରିଥିଲା ଚିତାଭସ୍ମ।
ପ୍ରଥମେ ପାପଡ଼ାହାଣ୍ଡିସ୍ଥିତ ସହିଦ ସ୍ତମ୍ଭ ନିକଟରେ ଚିତାଭସ୍ମକୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନବରଙ୍ଗପୁର ଅଭିମୁଖେ ନିଆଯାଇଥିଲା। ରୀତି ନୀତି ଅନୁସାରେ ଚିତାଭସ୍ମକୁ ଇନ୍ଦ୍ରାବତୀ ନଦୀରେ ବିସର୍ଜନ କରାଯାଇଥିଲା।
ବିଜେପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁ ମାଝି, ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ମୃତ୍ୟୁଞ୍ଜୟ ମହାରଣା, ନିଲୁ ମିଶ୍ର, ସଂଜୀବ ନନ୍ଦ, ଅନନ୍ତ ପଣ୍ଡା, ରାଜେନ୍ଦ୍ର ତ୍ରିପାଠୀ, ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଚିତାଭସ୍ମ ଶୋଭାଯାତ୍ରାରେ ବହୁ ଲୋକ ସାମିଲ୍ ହୋଇଥିଲେ।


















