ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ତୈଳ ଦରବୃଦ୍ଧି  ପ୍ରତିବାଦରେ ଏଆଇସିସିର ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ସଫଳ ହୋଇଛି। କଂଗ୍ରେସ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ନବରଙ୍ଗପୁର ବନ୍ଦ କରାଯାଇଥିଲା। କର୍ମୀମାନେ ରାସ୍ତା ରୋକ କରିଥିଲେ।

ପୂର୍ବତନ ବିଧାୟକ ସଦନ ନାୟକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ନବରଙ୍ଗପୁରରେ ଦୋକାନ, ବଜାର, ସାପ୍ତାହିକ ହାଟ ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଜିଲ୍ଲାର ୧୦ଟି ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା।

ନବରଙ୍ଗପୁରର ଏହି ବନ୍ଦ ଡାକରାରେ ଜିଲ୍ଲା ସଭାପତିଙ୍କ ସମେତ ସଦନ ନାୟକ,  ଦିଲ୍ଲୀପ ବେହେରା, ଲାଲୁ ତ୍ରିପାଠୀ, ପରି ସାହୁ, ମିଟୁ ପାତ୍ର, ଟି ଶ୍ରୀପତି, ସତ୍ୟନାରାୟଣ ତ୍ରିପାଠୀ, ଫିରୋଜ ପ୍ରମୁଖ ସାମିଲ ହୋଇଥିଲେ।

Comment