ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମଙ୍ଗଳବାର ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଛନ୍ତି।

ଇସ୍ତଫା ଦେବା ନେଇ ସେ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କୁନ୍ଦୁଲି ଗଣଦୁଷ୍କର୍ମରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହୋଇଥିବାରୁ ସେ ମର୍ମାହତ ହୋଇ ଇସ୍ତଫା ଦେଇଥିବା କହିଥିଲେ।

ଇସ୍ତଫା ଦେଇସାରିବା ପରେ ସଗରିଆ କହିଛନ୍ତି, “ମୁଁ କଂଗ୍ରେସ ସହ ଅଛି, କଂଗ୍ରେସ ସହ ରହିବି।”

Comment