ଓଡ଼ିଶାଲାଇଭ୍ ବ୍ୟୁରୋ

ନୀଳଗିରିସ୍ଥିତ କାଠଗୋଛି ନିକଟରେ ବାର୍‌ହାକୁ ଧରିବା ଲାଗି ବସା ଯାଇଥିବା ଫାଶରେ ଫସିଲା ଭାଲୁ।

ନୀଳଗିରି ରେଞ୍ଜ୍‌ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲର କାଠଗୋଛି ନିକଟରେ ବାର୍‌ହାକୁ ଧରିବା ଲାଗି ବସା ଯାଇଥିଲା ଫାଶ। ହେଲେ ଗୁରୁବାର ରାତିରେ ସେହି ଫାଶରେ ଗୋଟିଏ ଭାଲୁ ପଡ଼ିଯାଇଥିଲା।

ଶୁକ୍ରବାର ସକାଳେ ଧାନକ୍ଷେତକୁ ଆସିଥିବା ଲୋକେ ଫାଶରେ ପଡ଼ି ଚିତ୍କାର କରୁଥିବା ଭାଲୁଟିକୁ ଦେଖିଥିଲେ। ଏହାପରେ ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ।

ମିତ୍ରପୁର ଫରେଷ୍ଟର୍‌ ଗଣେଶ ପ୍ରସାଦ ଲେଙ୍କା, ନୀଳଗିରି ରେଞ୍ଜର୍‌ ସୁକୁମାର ଦାସ ଏବଂ ଏସିଏଫ୍‌ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସହ କିଛି ସ୍ଥାନୀୟ ବନ କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଏହି ଉଦ୍ୟମରେ ବିଫଳ ହୋଇଥିଲେ।

ହେଲେ ଏବେ ଡିଏଫ୍‌ଓଙ୍କ ନିର୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଜଣ ପଶୁ ଚିକିତ୍ସକଙ୍କୁ ଡକାଯାଇଛି। ତା’ପରେ ଫାଶରେ ପଡ଼ିଥିବା ଭାଲୁଟିକୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରି ଉଦ୍ଧାର କରାଯିବ ବୋଲି ଯୋଜନା କରାଯାଇଛି।

ଏହାଛଡ଼ା ଭାଲୁଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଅନେକ ଲୋକେ ଆସିଛନ୍ତି।

Comment