ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନିଶ୍ଚିତତା ଭିତରେ ଐତିହାସିକ ବାଲିଯାତ୍ରା। ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।

ଐତିହାସିକ ବାଲିଯାତ୍ରାକୁ ଆଉ ରହିଲା ୫ଦିନ। ସେଥିପାଇଁ ବେଶ୍ ଚଳଚଞ୍ଚଳ ହେବା କଥା କଟକ ସହର, କିନ୍ତୁ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀସଂଘ ଭିତରେ ଉପୁଜିଥିବା ବିବାଦ ସାଜିଛି ପ୍ରତିବନ୍ଧକ। ପ୍ଲଟ ଆବଣ୍ଟନ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀସଂଘ ମଧ୍ୟରେ ବିବାଦ ଥମିବାର ନା ନେଉନାହିଁ। ଯେଉଁ କାରଣରୁ ବାଲି ଯାତ୍ରା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିପାରୁ ନାହିଁ। ବାଲିଯାତ୍ରାରେ ଷ୍ଟଲ ପଡିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ବିବାଦ କଟକବାସୀଙ୍କୁ ନିରାଶ କରୁଛି।

ଦିନକୁ ଦିନ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ପ୍ଲଟ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି। ପ୍ରଶାସନର ମନମୁଖି କାର୍ଯ୍ୟ ପ୍ରତିବାଦରେ ବ୍ୟବସାୟୀମାନେ ଟେଣ୍ଟ ଖୋଲିନେଇଛନ୍ତି।

ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ଯେ, ପ୍ରଶାସନ ସହ ଏନେଇ ଆଉ କୌଣସି ଆଲୋଚନା ହେବନାହିଁ। ତେବେ ଘଟଣାରେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବ୍ୟବସାୟୀ ସଂଘ।

ବ୍ୟବସାୟୀ ସଂଘ କହିଛନ୍ତି, “ଯଦି ବିଧାୟକ ଚାହିଁବେ ତେବେ ଆମେ ଆଲୋଚନା କରବୁ।”

ନଭେମ୍ବର ୨୩ରେ ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ପାଇଁ ପ୍ଲଟ ଫି ମୂଲ୍ୟ ବୃଦ୍ଧିକୁ ନେଇ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିଥିଲେ। ବଡ ପ୍ଲଟ ପାଇଁ ୧୦ ପ୍ରତିଶତ ଅଧିକ ଟଙ୍କା ଓ ପ୍ଲଟ ଆବଣ୍ଟନ ନେଇ ଜିଲ୍ଲାପାଳଙ୍କ ଅନୁମତିକୁ ବିରୋଧ କରିଥିଲେ ସଂଘ। ଏହା ପ୍ରତ୍ୟାହାର ନହେବା ଯାଏଁ ଷ୍ଟଲ ବୁକିଙ୍ଗ ହେବନାହିଁ ବୋଲି କହିଥିଲେ ସଂଘ।

Comment