ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୀଳକଣ୍ଠେଶ୍ୱର ଶୈବ ପୀଠରେ ହେଲା ମଣ୍ଡେଇର ଶୁଭାରମ୍ଭ।
  • ଶୁଭାରମ୍ଭରେ ଦୁଲୁକିଲ ପାପଡାହାଣ୍ଡି।
  • ଶୋଭାଯାତ୍ରାରେ ନାଚିଲେ ଅତିଥି।

ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ମଣ୍ଡେଇ ଲୋକ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ ରବିବାର ପାପଡ଼ାହାଣ୍ଡିର ନୀଳକଣ୍ଠେଶ୍ୱର ଶୈବ ପୀଠରେ ହୋଇଛି। ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ମନ୍ତ୍ରୀ ରମେଶ ମାଝି, ବିଧାୟକ ମନୋହର ରନ୍ଧାରୀ, ବିଧାୟକ ଭୁଜବଳ ମାଝିଙ୍କ ସହ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ଶୈବପୀଠର ପୁରୋହିତ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମଣ୍ଡେଇର ମଶାଲ ଶୋଭାଯାତ୍ରା ବାହାରିଥିଲା।

ଏହି ଶୋଭାଯାତ୍ରାରେ ସମସ୍ତ ଅତିଥିଙ୍କ ସହ ଜନସାଧାରଣ ସାମିଲ ମଧ୍ୟ ହୋଇଥିଲେ। ବାଦ୍ୟର ତାଳେତାଳେ ଶୋଭାଯାତ୍ରାଟି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଅତିଥିମ।ନେ ନୃତ୍ୟ ପରିବେଷଣ କରିଥିଲେ।

ଆଦିବାସୀ ମହିଳାମାନଙ୍କ ସାଇଲଡ଼ି ନୃତ୍ୟ, ପାଚିକ ଓ ଅଙ୍ଗନବାଡି କର୍ମୀମାନେ ମୁଣ୍ଡରେ ଧାନ ପାଲା ଟୋକେଇ ଧରି ଶୋଭା ଯାତ୍ରରେ ବାହାରି ଥିଲେ। ଆତସବାଜି ଓ ବାଦ୍ୟର ଶବ୍ଦରେ ସହରଟି ପ୍ରକମ୍ପିତ ହୋଇଉଠୁଥିଲା। ଏହି ଶୋଭାଯାତ୍ରା ନୀଳକଣ୍ଠେଶ୍ୱର ମନ୍ଦିରରୁ ବାହାରି ୨କିମି ସଭାସ୍ଥଳକୁ ଯାଇଥିଲା। ଏହାପରେ ମଣ୍ଡେଇ ଷ୍ଟଲ ଉଦ୍‌ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ଜିଲ୍ଲାର ଜନସାଧାରଣ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଫିସର ଉପସ୍ଥିତ ଥିଲେ।

Comment