ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟ୍ରେଲରରେ ରଣବୀରଙ୍କ ସହ ନଜର ଆସଲେ ସିଙ୍ଘମ୍ ଷ୍ଟାର ଅଜୟ ଦେବଗନ

ସୋମବାର ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିମ୍ବା’ର ଟ୍ରେଲର। ବିବାହପରେ ଏହା ହେଉଛି ରଣବୀର ସିଂହଙ୍କ ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ରଣବୀର ସିଂହଙ୍କ ବିପକ୍ଷରେ ନଜର ଆସିବେ ସୈଫ୍ ଅଲ୍ଲି ଖାନ୍‌ଙ୍କ ସୁପୁତ୍ରି ନବାଗତା ସାରା ଅଲ୍ଲି ଖାନ୍‌।

‘ସିମ୍ବା’ ଫିଲ୍ମ ହେଉଛି ସାଉଥ୍ ଫିଲ୍ମ ‘ଟେମ୍ପର’ର ହିନ୍ଦି ରିମେକ୍। ତେଲୁଗୁ ଭାଷାରେ ନିର୍ମିତ ‘ଟେମ୍ପର’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୁନିଅର ଏନ୍‌ଟିଆର। ‘ସିମ୍ବା’ ଫିଲ୍ମରେ ରଣବୀର ଏକ ଲାଞ୍ଛଖୋର ପୋଲିସ୍ ଅଫିସର ଭୁମିକାରେ ଅଭିନୟ କରିଛନ୍ତି। ଯେତେବେଳେ ଦୁର୍ନିତିର ପ୍ରଭାବ ନିଜ ପରିବାର ଉପରକୁ ଆସୁଛି, ଆରମ୍ଭ ହୋଇଛି ରଣବୀରଙ୍କ ଆଙ୍ଗ୍ରୀ ଲୁକ।

କରନ ଜୋହରଙ୍କ ନିର୍ମିତ ଏହି ଫିଲ୍ମଟି ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। କୁହାଯାଉଛି କି, ଏହି ଫିଲ୍ମ ଅଜୟ ଦେବଗନଙ୍କ ଅଭିନୀତ ‘ସିଂଘମ’ ଫିଲ୍ମର ପରବର୍ତ୍ତୀ ଅଧ୍ୟାୟ। ୨.୫୪ ମିନିଟର ଏହି ଫିଲ୍ମ ଟ୍ରେଲରରେ ପ୍ରଥମ ଓ ଶେଷରେ ଅଜୟ ଦେବଗନଙ୍କ ସ୍ପେଶାଲ ଏଣ୍ଟ୍ରି ରୁ ଏହା ଅନୁମାନ କରାଯାଉଛି।

ଡିସେମ୍ବର ୨୮ରେ ‘ସିମ୍ବା’ ଫିଲ୍ମ ବଡ଼ପରଦାରେ ରିଲିଜ ହେବାକୁ ଯାଉଛି।

Comment