ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ଇଭିଏମ୍‌ରେ ସିଲ୍‌ ହୋଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସିଲ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ହାରାହାରି ୭୫ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି।

ବୁଧବାର ଭୋଟ ଗଣନା କରାଯିବା ପରେ ନିର୍ବାଚନ ଫଳ ପ୍ରକାଶ ପାଇବ। ବର୍ତ୍ତମାନ ଇଭିଏମ ମେସିନରେ ସିଲ ହୋଇଛି ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ଏହି ଜୋନରୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହୋଇ ଥିଲେ। ତାଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହୋଇଛି।

ସେଥିପାଇଁ ବିଜେପି ବିଜେଡି ସହିତ ନିଜର ପାରମ୍ପାରିକ ଭୋଟକୁ ଆଧାର କରି ଜେଏମ ଏମ ବି ଆପ୍ରାଣ ଉଦ୍ୟମ କରୁଛନ୍ତି। ମାତ୍ର ରାଜ୍ୟର କ୍ଷମତାସୀନ ବିଜେଡି ପାଇଁ ଅଧିକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଶାସକ ବିଜେଡି ସମସ୍ତ ପ୍ରକାର କଳ ବଳ କୌଶଳ ପ୍ରୟୋଗ କରିବାକୁ ଛାଡ଼ି ନଥିଲା। ଶୁକ୍ରବାର ଜଣା ପଡ଼ିବ କାହାର ଲୋକପ୍ରିୟତାକୁ ବିଜାତଳାର ଜନସାଧାରଣ ଗ୍ରହଣ କରିଛନ୍ତି।

Comment