ଓଡ଼ିଶାଲାଇଭ୍ ବ୍ୟୁରୋ

ପୁନେରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ମାଧୁରୀ ଦୀକ୍ଷିତ।

୨୦୧୯ ଲୋକସଭାରେ ନିର୍ବାଚନ ଲଢ଼ିପାରନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ବିଜେପି ତାଙ୍କୁ ପୁନେ ଆସନ ପାଇଁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ଜୁନ୍ ମାସରେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଅମିତ ଶାହ ମାଧୁରୀଙ୍କୁ ଭେଟିଥିଲେ। ବିଜେପିର ‘ସମର୍ଥନ ପାଇଁ ସମ୍ପର୍କ ଯାତ୍ରା’ କାର୍ଯ୍ୟକ୍ରମ ସମୟରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଶାହ ଭେଟିଥିଲେ।

ତେବେ ପୁନେ ଲୋକସଭା ଆସନ ପାଇଁ ମାଧୁରୀଙ୍କ ନାମ ବିଜେପି ସର୍ଟଲିଷ୍ଟରେ ରହିଛି। ଖୁବଶୀଘ୍ର ଦଳ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଅନୁମାନ କରାଯାଉଛି।

୨୦୧୪ ଲୋକସଭା ନିର୍ବାଚନରେ ସମୟରେ ବିଜେପି କଂଗ୍ରେସଠାରୁ ପୁନେ ଲୋକସଭା ଆସନ ଅକ୍ତିଆର କରିଥିଲା। ଏ ଥର ବି ପୁନେରେ ବିଜୟ ହାସଲ କରିବାକୁ ବିଜେପି ମାଧୁରୀଙ୍କୁ ହତିଆର କରିଥିବା କୁହାଯାଉଛି।

ମାଧୁରୀଙ୍କ ଲୋକପ୍ରିୟତା ହେତୁ ତାଙ୍କୁ ବିପୁଳ ମାତ୍ରାରେ ଭୋଟ୍ ମିଳିବ ତେଣୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳିଛି।

Comment