ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି କୌଣସି ବ୍ୟକ୍ତିଙ୍କର ମୋବାଇଲ ଟ୍ରାକ୍ ହେଉଛି ଏବଂ ଆପଣ ଏ ବିଷୟରେ ଅବଗତ ହେବାକୁ ଚାହୁଁଛନ୍ତି ତେବେ କ’ଣ କରିବେ? ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି। ଆବେଦନକାରୀ ଯଦି ଚାହିଁବେ ଫୋନ୍ ସର୍ଭିଲାନସ କିମ୍ବା ଟ୍ରାଇରୁ ଏହାର ସମ୍ବନ୍ଧିତ ସୂଚନା ମାଗି ପାରିବେ।

ପାରଦର୍ଶିତାକୁ ଧ୍ୟାନରେ ରଖି ଦିଲ୍ଲୀ ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ ଟ୍ରାଇକୁ ନିଜର ଆବେଦକଙ୍କୁ ଫୋନର ସର୍ଭିଲାନ୍ସ ଓ ଟ୍ରାକିଙ୍ଗର ସୂଚନା ଦେବାକୁ ପଡ଼ିବ। କାରଣ ଟେଲିକମ ସର୍ଭିସ ପ୍ରୋଭାଇଡରୁ ଏମିତି ସୂଚନା ହାସଲ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ରହିଛି।

ଭାରତର କୌଣସି ନାଗରିକଙ୍କୁ ଯଦି ଲାଗେ କି ସେମାନଙ୍କ ଫୋନ ସର୍ଭିଲାନ୍ସ ଅଛି ତେବେ ଭୟଭୀତ ହେବାର ନାହିଁ। ସୂଚନା ଅଧିକାର (ଆରଟିଆଇ) ଆଇନ ଆଧାରରେ ଏ ସମ୍ବନ୍ଧରେ ସୂଚନା ମାଗିପାରିବେ। ପାରଦର୍ଶିତାକୁ ଧ୍ୟାନରେ ରଖି ଦିଲ୍ଲୀ ହାଇକୋର୍ଟ ଏକ ନିଷ୍ପତ୍ତିରେ କହିଛନ୍ତି କି ଟ୍ରାଇକୁ ଆବେଦନକାରୀଙ୍କ ତରଫରୁ ତାଙ୍କ ଫୋନର ସର୍ଭିଲାନ୍ସ ବା ଟ୍ରାକିଙ୍ଗର ସୂଚନା ଦେବାକୁ  ପଡ଼ିବ।

ଜଷ୍ଟିସ ସୁରେଶ ଏକ ଆଦେଶରେ କହିଛନ୍ତି  କି  ପବ୍ଲିକ ଅଥରିଟି ପାଖରେ ଆରଟିଆଇ ଆକ୍ଟ  ଧାରା ୨ (ଏଫ୍) ମୁତାବକ କୌଣସି ପ୍ରାଇଭେଟ ବଡିରୁ ସୂଚନା ହାସଲ କରିବାର ଅଧିକାର ଅଛି। ସେ କହିଛନ୍ତି ଯେ ଏସବୁ ମାମଲାରେ ପବ୍ଳିକ ଅଥରିଟି ଉତ୍ତରଦାୟୀ ହେବେ।  ସେ ପ୍ରାଇଭେଟ୍ ବଡିରୁ ସୂଚନା ନେଇ ଆବେଦକଙ୍କୁ ଉପଲବ୍ଧ କରାଇବେ।

ଆଇନଜୀବୀ କବିର ଶଙ୍କର ବୋସଙ୍କ ପିଟିସନରେ ଏହି ରାୟ ଶୁଣାଇଛନ୍ତି କୋର୍ଟ। ଜଷ୍ଟିସ ସୁରେଶ ଟ୍ରାଇର ସେହି ତର୍କକୁ ଖାରଜ କରିଛନ୍ତି ଯେ ତାଙ୍କ ପାଖରେ ପ୍ରାଇଭେଟ୍ ବଡି ପରି ଏହି ମାମଲାରେ ଭୋଡାଫୋନ ଇଣ୍ଡିଆରୁ ସୂଚନା ହାସଲ କରିବାର କୌଣସି ଶକ୍ତି ନାହିଁ। ସେପ୍ଟେମ୍ବରରେ  ସେଣ୍ଟ୍ରାଲ ଇନଫରମେସନ କମିସନ (ସିଆଇସି) ଟ୍ରାଇକୁ କହିଥିଲେ ଯେ ସେ ଭୋଡାଫୋନରୁ ସୂଚନା ନେଇ ମାଲିକଙ୍କୁ ଦେବେ।  ଭୋଡାଫୋନ ମଧ୍ୟ ନିଜକୁ ଘରୋଇ ସଂସ୍ଥା କହି ଆରଟିଆରୁ ଛାଡ଼ ପାଇବା ଦାବି କରିଥିଲେ।

ଭୋଡାଫୋନର ଉଦ୍ଦେଶ୍ୟ ଥିଲା କି ସେ ଆରଟିଆ ଆକ୍ଟରେ ପରିଭାଷିତ କୌଣସି ଘରୋଇ ଅଥରିଟି ନାହିଁ ବରଂ ଏହା ଏକ ପ୍ରାଇଭେଟ ସଂସ୍ଥା ଅଟେ। ଟ୍ରାଇ ମଧ୍ୟ କହିଥିଲେ ଯେ ବସ ଯେଉଁ ସୂଚନା ମାଗିଥିଲେ ସେମାନଙ୍କ ରେକର୍ଡର ଏହା ଅଂଶ ନୁହେଁ। ଏହି ଆଧାରରେ ଟ୍ରାଇ କହିଥିଲେ କି କୌଣସି ଆଇନ ବା ନିୟମ ଅନୁସାରେ ସେହି ସୂଚନାଗୁଡ଼ିକୁ ନିୟମ ମୁତାବକ ଦେବା ଆବଶ୍ୟକ ନୁହେଁ।

ଟ୍ରାଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଆରଟିଆଇ ଆକ୍ଟ ଟ୍ରାଇ ଉପରେ ଏପରି କୌଣସି ଅନୁପଲବ୍ଧ ସୂଚନାକୁ ଏକାଠି କରି  ଆବେଦକାରୀଙ୍କୁ  ଦେବାପାଇଁ  ଉତ୍ତରଦାୟୀ ନୁହେଁ। କୋର୍ଟ  କହିଥିଲେ କି ପବ୍ଳିକ ଅଥରିଟି ପ୍ରାଇଭେଟ ବଡି ସହ ଜଡ଼ିତ ସବୁ ସୂଚନା ହାସଲ କରିପାରିବେ। ତେଣୁ ସେମାନେ ଗ୍ରାହକଙ୍କୁ ଫୋନ ଟ୍ରାକିଙ୍ଗ ସମ୍ବନ୍ଧିତ ସୂଚନା ଦେବାକୁ ପଡ଼ିବ।

Comment