ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ ୨୦୧୮ରେ ଫାଇନାଲରେ ପହଞ୍ଚିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ।

ଅଲମ୍ପିକ ରୌପ୍ୟ ପଦକ ବିଜେତା ତଥା ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଆଉ ଏକ ପଦକର ହକ୍‌ଦାର ହେବାକୁ ଯାଉଛନ୍ତି। ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସରେ ଥାଇଲାଣ୍ଡର ଖେଳାଳି ରତଚାନୋକ ଇନ୍ତନାନୋଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି ସିନ୍ଧୁ। ୨୦୧୩ରେ ରତଚାନୋକ ଇନ୍ତନାନୋ ବ୍ୟାଡମିଣ୍ଟନ ଖେଳରେ ବିଶ୍ୱ ଚମ୍ପିଆନ୍ସ ଥିଲେ।

ଶନିବାର ସିନ୍ଧୁ ଓ ଇନ୍ତନାନୋଙ୍କ ମଧ୍ୟରେ୨୪ ମିନିଟ ଧରି କଡ଼ା ମୁକାବିଲା ହୋଇଥିଲା। ଶେଷରେ ସିନ୍ଧୁ ୨୧-୧୬, ୨୫-୨୩ରେ ଇନ୍ତନାନୋଙ୍କ ହରାଇଛନ୍ତି।

ରବିବାର ଚୀନରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଫାଇନାଲରେ ସିନ୍ଧୁ ବିଶ୍ୱର ୫ନଂ ସ୍ଥାନରେଥିବା ଜାପାନର ନୋଜୋମି ଓକୁହାରଙ୍କୁ ଭେଟିବେ।

୨୦୧୭ ଚମ୍ପିଆନ୍ସିପ୍‌ର ଫାଇନାଲ ମ୍ୟାଚରେ ସିନ୍ଧୁ ଓକୁହାରଙ୍କୁ ଠାରୁ ହାରି ବିଶ୍ୱବିଜେତା ହେବାରୁ ବଞ୍ଚିତ ଥିଲେ। ଚଳିତବର୍ଷ ପୁଣି ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

Comment