ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ ହେବାକୁ ଅଛି ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ସିମ୍ବା। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ସମସ୍ତ ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ରିଲିଜ୍ ହୋଇଛି ଫିଲ୍ମର ଏକ ରାୱଡି ସଙ୍ଗ ଯାହାର ଟାଇଟଲ ରହିଛି “ଆ୍ଁଖ ମାରେ” ଯାହା ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି। ଗୀତଟିକୁ ମିକା ସିଂ ଓ ନେହା କକ୍‌ଡ ଗାଇଛନ୍ତି।

ନେହା ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରିଛନ୍ତି। ଯାହାକୁ ୟୁଟ୍ୟୁବ୍‌ରେ ୧୦ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହା ସହିତ ଅନେକ ଲାଇକ, କମେଣ୍ଟ ଓ ସେୟାର ହୋଇଛି। ବିଶେଷକରି ନେହାଙ୍କ ଏକ୍ସପ୍ରେସନ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି।

“ଆ୍ଁଖ ମାରେ” ହେଉଛି ୯୦ଦଶକରେ ରିଲିଜ ହୋଇଥିବା ଫିଲ୍ମ ତେରେ ମେରେ ସପନାର ହିଟ ସଙ୍ଗ। ଯାହାକୁ ଗାଇଥିଲେ କବିତା କ୍ରୀଷ୍ଣମୂର୍ତ୍ତି ଓ କୁମାର ସାନୁ। ଏଥିରେ ଅଭିନୀୟ କରିଥିଲେ ଅରସଦ ୱରସି୍। ସିମ୍ବା ଡିସେମ୍ବର ୨୮ରେ ରିଲିଜ ହେବ।

Comment