ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସୁବୁଠାରୁ ଦୀର୍ଘତମ ରେଳ-ସଡ଼କ ବ୍ରିଜକୁ ଶନିବାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶର ସବୁଠୁ ଦୀର୍ଘ ବ୍ରିଜ ‘ବୋଗିବିଲ’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହୋଇଛି ଏହି ବୋଗିବିଲ ବ୍ରିଜ। ବ୍ରିଜର ଲମ୍ବ ପାଖାପାଖି ୪.୯୪ କିଲୋମିଟର ଲମ୍ବ ରହିଛି।

ଏହି ବ୍ରିଜ ହେଉଛି ଦେଶର ସବୁଠାରୁ ବଡ଼ ରେଳ ଓ ସଡ଼କ ବ୍ରିଜ। ଏହି ବ୍ରଜ କାର୍ଯ୍ୟକ୍ଷମ ପରେ ଆସାମର ଡେବ୍ରୁଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୂରତା କମିଯିବ।

ଶିଳାନ୍ୟାସର ଦୀର୍ଘ ୨୧ ବର୍ଷ ପରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥିରେ ଏହାର ଲୋକାର୍ପଣ ହୋଇଛି।

୧୯୯୭ ମସିହାରେ ଏହି ବ୍ରିଜ ନିର୍ମାଣ ପାଇଁ ମଞ୍ଜୁରି ମିଳିଥିଲା। ୨୦୦୨ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ଶିଳାନ୍ୟାସ କରିଥିଲେ।

Comment