ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ନୂଆ ବର୍ଷରେ ଲାଗୁହେବ ନୂଆ ଅବଢ଼ା ଦର ତାଲିକା। ଶ୍ରଦ୍ଧାଳୁଙ୍କ ପାଇଁ ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା କରାଯିବ।

ପୁରୀ ଶ୍ରୀମନ୍ଦିରରେ ନୂଆ ବର୍ଷରେ ଲାଗୁ ହେବ ନୂଆ ମହାପ୍ରସାଦର ରେଟ୍‌ଚାର୍ଟ। ଆସନ୍ତା ଜାନୁଆରୀ ୧ରେ ଶ୍ରୀମନ୍ଦିରରେ ନୂଆ ଅବଢ଼ା ଦର ତାଲିକା ଲାଗୁ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବୁଧବାର ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାରିକେଡ୍‌ର ବ୍ୟବସ୍ଥା କରାଯିବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ମଧ୍ୟ ଲାଗୁ ହେବ।

ଅନ୍ୟପଟେ ଶ୍ରୀମନ୍ଦିରରେ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବାକୁ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

Comment