ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଅସହ୍ୟ ଥଣ୍ଡା, ୫ଡିଗ୍ରୀକୁ ଖସିଲା ଫୁଲବାଣୀରେ ପାରଦ। ୧ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଶୀତ।

ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାଜ୍ୟର ସବୁ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ନ ହେଉଣୁ ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଆହୁରି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନେକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳେ ରହିଛି। ଏହା ସହିତ ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର  ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱରରେ ପାରଦ ୧୨ଡିଗ୍ରୀରେ ପହଞ୍ଚିଛି। ବାଲେଶ୍ୱର , ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, ସୋନପୁର ସମେତ ଆଉ କିଛି ଜିଲ୍ଲାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ସହ ଅନେକ ସ୍ଥାନରେ କୁହୁଡି ମଧ୍ୟ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି।

ନୂଆବର୍ଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୀତ ଜାରି ରହିବ। ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ପାଣିପାଗ ବିଭାଗ ପକ୍ଷରୁ କୃଷି ଉପଦେଶ ଜାରି କରାଯାଇଛି। ଅନ୍ୟପଟେ ଶୀତ ଯୋଗୁଁ ବୃଦ୍ଧ ବୃଦ୍ଧା ଅଧିକ ହଇରାଣ ହେଉଛନ୍ତି।

Comment