ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ୟାକ୍ସ ପୈଠ କରି ନଥିବାରୁ ସୁପରଷ୍ଟାର ମହେଶ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଛି ଜିଏସ୍‌ଟି ବିଭାଗ।

ସାଉଥ୍‌ ଫିଲ୍ମର ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଟ୍ୟାକ୍ସ ପୈଠ କରି ନଥିବାରୁ ବସ୍ତୁ ଏବଂ ସେବା କର (ଜିଏସ୍‌ଟି) ବିଭାଗ ମହେଶ ବାବୁଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଛନ୍ତି। ୪ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିବା ଏହି ଆକ୍ଟର ବର୍ତ୍ତମାନ ୧୨୭କୋଟି ଟଙ୍କାର ମାଲିକ ଅଛନ୍ତି।

ଜିଏସ୍‌ଟି ବିଭାଗ ଅନୁସାରେ ମହେଶ ବାବୁ ୨୦୦୭-୦୮ମସିହାରେ ୧୮.୫ଲକ୍ଷ ଟଙ୍କାର ଟ୍ୟାକ୍ସ ପୈଠ କରିନାହାନ୍ତି। ଟ୍ୟାକ୍ସ ରାଶି ଓ ସୁଧ ମିଶାଇ ସର୍ବମୋଟ ୭୩.୫ଲକ୍ଷ ଟଙ୍କାର ବାକି ରହିଛି। ଏଥିପାଇଁ ମହେଶ ବାବୁଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରଯାଇଛି। ଫିଲ୍ମରେ ଅଭିନୟ, ବ୍ରାଣ୍ଡ ଆମ୍ବାସଡର ଓ ବିଜ୍ଞାପନରେ ପାଇଥିବା ରାଶିର ସର୍ଭିସ୍‌ ଟ୍ୟାକ୍ସ ପୈଠ କରିନାହାନ୍ତି ଆକ୍ଟର ମହେଶ ବାବୁ ।

ମହେଶ ବାବୁଙ୍କ ପୂର୍ବ ଫିଲ୍ମ ‘ଭାରତ ଅନେ ନେନୁ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ବର୍ତ୍ତମାନ ସେ ପରବର୍ତ୍ତୀ ଫିଲ୍ମ ‘ମହର୍ଷି’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଏପ୍ରିଲ ୨୦୧୯ରେ ରିଲିଜ ହେବ। ଏହି ଫିଲ୍ମରେ ମହେଶ ବାବୁଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ପୂଜା ହେଗ୍‌ଡେଙ୍କୁ ଦର୍ଶକ ଦେଖିବାକୁ ପାଇବେ।

Comment