ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲୁଗୁ ଅଭିନେତା ଆଦିଭି ଶେଷ୍‌ ବର୍ତ୍ତମାନ ଏକ ହିନ୍ଦି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଆଦିଭିଙ୍କ ଫିଲ୍ମ କ୍ୟାରିୟରରେ ଏବେ ଯାଏଁ ତେଲୁଗୁ ଫିଲ୍ମ ଓ କିଛି ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ପ୍ରଥମ ଥର ପାଇଁ ସେ ବଲିଉଡରେ ଏଣ୍ଟ୍ରି ହେବାକୁ ଯାଉଛନ୍ତି। ଏହି ଫିଲ୍ମର ନାଁ ହେଇଛି ‘ମେଜର’। ଏହି ଫିଲ୍ମଟିକୁ ପ୍ରଯୋଜନା କରୁଛନ୍ତି ସାଉଥ୍‌ ସୁପରଷ୍ଟାର ମହେଶ ବାବୁ।

୨୦୧୧ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦିପ ଉନ୍ନିକୃଷ୍ଣନଙ୍କ ଜୀବନୀ ଉପରେ ଆଧାରିତ ଏହି ‘ମେଜର’ ଫିଲ୍ମ। ମେଜର ସନ୍ଦିପ ୫୧ ସ୍ପେଶାଲ ଏକ୍ସନ ଗ୍ରୁପ୍‌ର ଟିମ୍‌ କମାଣ୍ଡର ଥିଲେ। ମେଜର ସନ୍ଦିପଙ୍କ ତାଜ୍‌ ହୋଟେଲ୍‌ରେ ବନ୍ଧକ ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ମହତ୍ୱପୁର୍ଣ୍ଣ ଭୂମିକା ରହିଛି। ଏହି ଅପରେଶନ୍‌ରେ ମେଜର ସନ୍ଦିପ ସହିଦ ହୋଇଥିଲେ। ଏହା ପରେ ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

‘ମେଜର’ ଫିଲ୍ମରେ ମେଜର ସନ୍ଦିପଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଆଦିଭି ଶେଷ୍‌। ଏହି ଫିଲ୍ମର ପୋଷ୍ଟର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଆଦିଭି ଟୁଇଟ୍‌ କରି ଏହି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହି ଫିଲ୍ମର ଡାଇରେକ୍ଟର ଶଶୀ କିରଣ ଥିବା ବେଳେ ପ୍ରଯୋଜନାର ଭାର ନେଇଛନ୍ତି ସାଉଥ୍‌ ସୁପରଷ୍ଟାର ମହେଶ ବାବୁ।

Comment