ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଭିକି କୌଶଳ ଏବଂ ୟାମୀ ଗୌତମଙ୍କ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’କୁ ଦର୍ଶକ ଭଲ ରେଟିଙ୍ଗ ଦେଇଛନ୍ତି। ଏଥିସହ  ବକ୍ସ ଅଫିସରେ କମାଲ କରୁଛି ଏହି ଫିଲ୍ମ। ଶୁକ୍ରବାର ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମ ‘ଦ ସର୍ଜିକାଲ ଷ୍ଟ୍ରାଇକ’ ରିଲିଜ ହୋଇଥିଲା। ରିଲିଜର ପ୍ରଥମ ଦିନରେ ୮.୨୦କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ।

ରିଲିଜ ହେବା ପୂର୍ବରୁ ମୋଟ ୫ରୁ ୬କୋଟି ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଫିଲ୍ମଟିକୁ ଆଶା ଠାରୁ ଅଧିକ ସଫଳତା ମିଳିଛି।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’। ଆଦିତ୍ୟ ଧାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଭିକି ଓ ୟାମୀଙ୍କ ବ୍ୟତୀତ ଏହି ଫିଲ୍ମରେ ମୋହିତ ରୈନା, ପରେଶ ରାୱଲ, କ୍ରିତି କୁଲ୍‌ହରୀ ମଧ୍ୟ ଅଛନ୍ତି। ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ଭୁମିକାରେ ନଜର ଆସିଛନ୍ତି ଅଭିନେତା ରଜିତ କପୁର।

ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ ବିଷୟରେ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି କହିଛନ୍ତି। ତୃତୀୟ ଦିନ ରବିବାର ଥିବାରୁ ଫିଲ୍ମ ଆହୁରି ଅଧିକ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି।

Comment