ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟ ଭାଇରାଲ ହୋଇଛି। ଭାଇରାଲ ହେବା ଘଟଣାରେ ସଂପୃକ୍ତ ଥିବା ସର୍ଜନଙ୍କୁ ବହିଷ୍କାର କରାଯାଇଛି। ତେବେ ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନ ଜିଲ୍ଲା ହସ୍ପିଟାଲରରେ।

ଏହି ଘଟଣା ପରେ ଉଜୈନର ଜିଲ୍ଲାପାଳ ଶଶାଙ୍କ ମିଶ୍ର ନିଜ ପ୍ରତିକ୍ରୀୟା ରଖିଛନ୍ତି। ଅପରେସନ ଥିଏଟରରେ ଚୁମ୍ବନ ଦେବା କୌଣସି ଅଧିକାରୀଙ୍କ କ୍ଷେତ୍ରରେ ଏହା ଠିକ୍ ନୁହେଁ। ଘଟଣାର ଗମ୍ଭୀରତାକୁ ଦେଖି ହସ୍ପିଟାଲର ସିଭିଲ ସର୍ଜନଙ୍କୁ ବହିଷ୍କାର କରାଯାଇଛି। ତେବେ ସଂପୃକ୍ତ ସିଭିଲ ସର୍ଜନ ଦୁଇ ଦିନ ହେଲା ଛୁଟିରେ ଥିବାବେଳେ ତାଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ତାଙ୍କ ସ୍ଥାନରେ ପିଏନ୍ ବର୍ମାଙ୍କୁ ନିଯୁକ୍ତ କରାଯାଇଛି।

ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ। ଜିଲ୍ଲା ହସ୍ପିଟାଲର ଅପରେସନ ଥିଏଟର ମଧ୍ୟରେ ଉକ୍ତ ଭିଡିଓଟିକୁ ଉତ୍ତୋଳନ କରାଯାଇଥିବା ଜଣାପଡୁଛି। ତେବେ ଏହି ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି।

Comment