ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ଜିଭରେ ନାକ ଚାଟିବା ଅସମ୍ଭବ ହେଉଥିବାବେଳେ ଏମିତି ଜଣେ ଯୁବକ ଅଛନ୍ତି ଜିଭରେ ନିଜ ମଥାକୁ ଚାଟି ଦେଉଛନ୍ତି। ବିଶ୍ୱାସ ହେଉନଥିଲେ ଏହା ସତ୍ୟ ଅଟେ। ଆଶ୍ଚର୍ଯ୍ୟ କଲାଭଳି ଯୁବକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ଜିଭରେ ମଥା ଚାଟୁଥିବାର ନଜର ଆସିଛି।

ନେପାଳ ସ୍ଥିତ କାଠମାଣ୍ଡୁରେ ଏହି ବ୍ୟକ୍ତିଙ୍କ ନାମ ହେଉଛି ୟଗା ବାହାଦୁର କଟୁୱାଲ(ମାର୍ଥା)। ଯୁବକଙ୍କ ବୟସ ୩୫ ବର୍ଷ ହେବ। ଏକ ଘରୋଇ ବସରେ କାମ କରୁଛନ୍ତି ଯୁବକ। ନିଜର ସ୍ୱତନ୍ତ୍ର କଳା ପାଇଁ ଯୁବକ ଜଣଙ୍କ ଚର୍ଚ୍ଚିତ ହୋଇଛନ୍ତି। କିଛି ଲୋକେ ତାଙ୍କୁ ଏବେ ଲୋକାଲ ସେଲିବ୍ରିଟି କହୁଛନ୍ତି।

ୟଗା ବାହାଦୁର ଦାବି କରିଛନ୍ତି ଯେ, ତାଙ୍କର ଜିଭ ଅନ୍ୟଲୋକଙ୍କ ତୁଳନାରେ ଲମ୍ବା ଅଟେ। ଅଧିକ ଲମ୍ବା କାରଣରୁ ସହଜରେ ମଥାରେ ଛୁଇ ଦେଇଥାଏ।  ଏହାଛଡ଼ା ସେ ମୁହଁରେ ବୁଲେଟର ସାଉଣ୍ଡ ମଧ୍ୟ ବାହାର କରିପାରିବେ ବୋଲି ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ବିନା ମେକଅପରେ ହରର ଫିଲ୍ମରେ ଭୂତ ଅଭିନୟ କରିପାରିବେ କହିଛନ୍ତି ୟଗା ବାହାଦୁର।

Comment