ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଳିଆ ଭିଡ଼ିଓ ଭାଇରାଲ ହୁଏ। ନିକଟରେ ସେମିତି ଏକ ସୁନ୍ଦର ଭିଡିଓ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ବୃଦ୍ଧ ଶିଖ୍ ଦମ୍ପତିଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି।

ପଞ୍ଜାବୀ ଗୀତର ତାଳେ ତାଳେ ଦୁହିଁଙ୍କୁ ଅଣ୍ଟା ହଲେଇ ନାଚିବାର ଦେଖିବାକୁ ମିଳୁଛି। ନିଜର ୫୦ତମ ବିବାହ ବାର୍ଷିକୀରେ ଦମ୍ପତ୍ତିଙ୍କୁ ଏମିତି ଠୁମକା ଲଗାଇବାର ଦେଖିବାକୁ ମିଳିଛି। ବୃଦ୍ଧ ଦମ୍ପତିଙ୍କ ନାଚକୁ ସମେସ୍ତ ପ୍ରଶଂସା କରୁଛନ୍ତି। ୟୁଟ୍ୟୁବରେ ସେୟାର କରିବା ପରେ ଭିଡିଓ ଭାଇରାଲ ହେବାରେ ଲାଗିଛି।

୧ ମିନିଟ୍ ୧୩ ସେକେଣ୍ଡର ଏହି ଭିଡିଓକୁ ଲୋକେ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ୧୧ ହଜାରରୁ ଅଧିକ ଲାଇକ ଏବଂ ପାଖାପାଖି ୩ ହଜାର ରି-ଟୁଇଟ୍ ହୋଇସାରିଛି। ଦେଶ ବିଦେଶର ଲୋକମାନେ ବୃଦ୍ଧ ଦମ୍ପତିଙ୍କ ଏଭଳି ନୃତ୍ୟ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି।

Comment