ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅପରେସନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଏତନାମରେ ଜଣେ ମହିଳାଙ୍କ ଦୀର୍ଘଦିନ ଧରି ମୁଣ୍ଡବିନ୍ଧା ସମସ୍ୟା ଥିଲା। ଅସହ୍ୟ ଯନ୍ତ୍ରଣା କାରଣରୁ ଚିକିତ୍ସା ପାଇଁ ଡାକ୍ତରଙ୍କୁ ପାଖକୁ ଯାଇଥିଲେ। ଟ୍ୟୁମର କାରଣରୁ ମହିଳାଙ୍କ ଏଭଳି ସମସ୍ୟା ଥିବା ଡାକ୍ତର ଅନୁଭବ କରିଥିଲେ। କିନ୍ତୁ ଅପରେସନ ସମୟରେ ଯାହା ଘଟିଲା ଡାକ୍ତର ଦେଖି ତାଜୁବ ହୋଇଯାଇଥିଲେ। ଅପରେସନ ସମୟରେ ମହିଳାଙ୍କ ଗଳାରୁ ଏକ ବଡ଼ ଜୋକ ପୋକ ବାହାର କରିଥିଲେ।

ଡାକ୍ତର ଏହି ଅପରେସନ ପ୍ରକ୍ରିୟାର ଏକ ଭିଡିଓ କରିବା ସହ ଏହାକୁ ଅନଲାଇନରେ ସେୟାର କରିଥିଲେ। ପାଖାପାଖି ଦେଢ଼ ସେକେଣ୍ଡର ଏହି ଭିଡିଓରେ ମହିଳାଙ୍କ ମୁହଁ ଖୋଲା ରହିଥିଲା। ଜଣେ ଡାକ୍ତର ମହିଳାଙ୍କ ମୁହଁରୁ ଜୀବନ୍ତ ଜୋକପୋକକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଜୋକଟି ମହିଳାଙ୍କ ଗଳାର ଖାଦ୍ୟ ନଳୀରେ ରହିଥିଲା। ଡାକ୍ତର ଜୋକଟିକୁ ମହିଳାଙ୍କ ଗଳାରୁ ବାହାର କରି ଟ୍ରେରେ ରଖିଥିଲେ।

ଜୋକଟି ମହିଳାଙ୍କ ଗଳାରେ ତିନିମାସ ହେବ ଲାଗି ରହିଥିବା ଡାକ୍ତର କହିଥିଲେ। ବର୍ଷା ପାଣିରେ ଗାଧୋଇବା ସମୟରେ ଜୋକଟି ମହିଳାଙ୍କ ମୁହଁ ଦେଇ ଗଳାକୁ ଚାଲି ଯାଇଥିଲା। ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଡାକ୍ତର କହିଛନ୍ତି।

Comment