ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚନ୍ଦ୍ରଶେଖର ସାହୁ ହେଲେ ବିଜେଡି ଉପ-ସଭାପତି
  • ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି
  • ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ହେଲେ ବିମ୍ବାଧର କୁଅଁର

ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି ନୂଆ ମୁହଁକୁ ଦଳୀୟ ପଦାଧିକାରୀ ସ୍ତରରେ ନିଯୁକ୍ତି ଦେଇଥିବା ବେଳେ ଆଉ କିଛି ନେତାଙ୍କୁ ବାହାର କରିଛନ୍ତି।

ଗତ କିଛି ମାସ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ତାଙ୍କୁ ବିଜେଡି ଉପ-ସଭାପତି ପଦରେ ନିଯୁକ୍ତି ଦିଆଯାଇଛି।

ସେହିପରି ଦଳର ଉପ-ସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ କରାଯାଇଥିବା ବେଳେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡିର ସଭାପତି କରାଯାଇଛି। ଏହାସହ ଦେବାଶିଷଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀରୁ ଅବ୍ୟାହତି ଦିଆଯାଇଛି।

ଚମ୍ପୁଆ ନିର୍ବାଚନମଣ୍ଡଳୀର ଟାଣୁଆ ନେତା କୁଶ ଆପଟ୍ଟ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ରଞ୍ଜନ କୁମାର ଖଣ୍ଡୁଆଳ, ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି ନବୀନ।

ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ପ୍ରମୋଦ କୁମାର ରଥ, କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତିଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି।

ସେହିପରି କଂଗ୍ରେସ ଛାଡ଼ି ବିଜେଡି ଆସିଥିବା ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ବିଭାଗର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ, ଟି ପ୍ରସାଦ ରାଓ ଦୋରାଙ୍କୁ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Comment